ସିଲ ହେବ ଏସବିଆଇ ମୁଖ୍ୟ ଶାଖା : ୭ କର୍ମଚାରୀ ପଜିଟିଭ ଚିହ୍ନଟ ହେବାପରେ ବିଏମସିର ପଦେକ୍ଷପ
ଭୁବନେଶ୍ୱର : ରାଜ୍ୟରେ ପୁଣି ଡରାଇଲାଣି କରୋନା। ଦିନକୁ ଦିନ ବେକାବୁ ହେଉଛି ମହାମାରୀ । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁଇ ଦିନ ପାଇଁ ସିଲ୍ ହେବ ଭୁବନେଶ୍ୱରର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ । ଏସବିଆଇର ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ବିଏମସି । ଆସନ୍ତା ୨ ଦିନ ପାଇଁ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିବାକୁ BMC ନିଷ୍ପତ୍ତି ନେଇଛି ।
ସିଲ୍ ହେବ ଭୁବନେଶ୍ୱର ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟ : ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି । ଆସନ୍ତା ୨ ଦିନ ପାଇଁ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିବାକୁ BMC ନିଷ୍ପତ୍ତି ନେଇଛି ।#Odisha
— ଓଟିଭି (@otvkhabar) April 4, 2021
ସେପଟେ ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ଜଣାପଡ଼ିଛି । ୪/୫ ଦିନ ମଧ୍ୟରେ ଏହି କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କରୋନା ପରିସ୍ଥିତି ନେଇ ବାଚସ୍ପତି କହୁକହୁ କହିଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ। ଏ ନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଥିବା ବାଚସ୍ପତି କହିଛନ୍ତି। କରୋନା ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ବାଚସ୍ପତି କହିଛନ୍ତି।
ସେହପରି ଭୁବନେଶ୍ୱର ରେଳ ଷ୍ଟେସନରୁ ଆଜି ୨ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ଏବଂ ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ଚାଲିଛି। ରେଳ ଷ୍ଟେସନରେ ପଜିଟିଭ ଚିହ୍ନଟ ପରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ଅନ୍ୟପଟେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୧୯୩ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୬୯୫ରେ ପହଞ୍ଚିଛି। ଆକ୍ଟିଭ୍ କେସ୍-୩,୦୮୫ ଥିବାବେଳେ ୩ ଲକ୍ଷ ୩୭ ହଜାର ୬୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।
#ସିଲ୍_ହେବ_SBI_ମୁଖ୍ୟ_କାର୍ଯ୍ୟାଳୟ
ଖୁବଶୀଘ୍ର ସିଲ୍ ହେବ ଭୁବନେଶ୍ୱର ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟ । SBI ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ବିଏମସି। #Seal #SBI #Bhubaneswar #Odisha #otv pic.twitter.com/dfy9C4Yecz— ଓଟିଭି (@otvkhabar) April 4, 2021