• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ସହରାଞ୍ଚଳରେ ସବୁ ଶନିବାର ଓ ରବିବାର ସଟଡାଉନ୍‌
  • ଜାରି ରହିବ ଜରୁରୀ ସେବା
  • ଢାବା ଖୋଲା ରହିବ, କେବଳ ପାର୍ସଲ ଦେଇପାରିବେ ଦୋକାନୀ
  • ଗଣମାଧ୍ୟମ କର୍ମଚାରୀଙ୍କୁ ଯାଆସ ଅନୁମତି
  • ଆବଶ୍ୟକୀୟ କାଗଜପତ୍ର ଦେଖାଇ ରୋଗୀ ଯାଇପାରିବେ
  • ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ
  • ଆସନ୍ତା ୨୪ରୁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ସାରା ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ୍‌ ନେଇ ଘୋଷଣା କଲେ ଏସଆରସି। କରୋନା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲେ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କରୋନା ମୁକାବିଲା କରିବା ଲାଗି ଆମେ ସମସ୍ତେ ପ୍ରସ୍ତୁତ ହେଉଛୁ। ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳ ଏହି ନିୟମ ଲାଗୁ ହେବ ବୋଲି ଜଣାଯାଇଛି। ସପ୍ତାହାନ୍ତ ସଟଡାଉନ ଏପ୍ରିଲ ୨୪ରୁ ଲାଗୁ ହେବ ବୋଲି କହିଲେ SRC।

ଏମାନେ କଟକଣା ମୁକ୍ତ

ସପ୍ତାହାନ୍ତ ସଟଡାଉନରେ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ ବୋଲି ଏସଆରସି କହିଛନ୍ତି। ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟରତ ସବୁ କର୍ମଚାରୀ ଯାଆସ କରିପାରିବେ ବୋଲି ଜଣାପଡ଼ିଛି। ପୋଲିସ, ଅଗ୍ନିଶମ, ପୌର କର୍ମଚାରୀ ସଟଡାଉନ୍‌ ସମୟରେ ଯାଇପାରିବେ। ଏହାସହ ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିବ।

ହୋଟେଲ ଖାଇବା ଉପରେ କଟକଣା

ମଲର ଫୁଡ୍ କୋର୍ଟରେ କେହି ଖାଇ ପାରିବେନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ହୋଟେଲରେ ଖାଇବା ମନା କିନ୍ତୁ କେବଳ ପାର୍ସଲ ମିଳିବ। ଏହାସହ ରାସ୍ତା କଡ ବ୍ୟବସାୟୀ ବି ଲୋକଙ୍କୁ ଖାଇବାକୁ ଦେବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଭିଡକୁ ଦୃଷ୍ଟିରେ ରଖିବେ ଦୋକାନୀ ନଚେତ ଆକ୍ସନ ନିଆଯିବ ବୋଲି କହିଲେ ଏସଆରସି।

ଜାରି ରହିବ ନାଇଟ୍‌ କର୍ଫ୍ୟୁ

ସଟ୍‌ଡାଉନ ସହ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ। ସଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ଜାରି ରହିବ। ଅତ୍ୟାବଶ୍ୟକ ସେବା ସହ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ପାସ୍‌ ଲୋଡ଼ା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର। ବୈଧ ପରିଚୟପତ୍ର ସହ ଯାତାୟାତ କରିପାରିବେ କର୍ମଚାରୀ । ଏଣିକି ରାଜ୍ୟ ବାହାରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଗଲା।

ବାହାଘରରେ ସର୍ବମୋଟ ୫୦ ଜଣ

ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି ଏସଆରସି କହିଛନ୍ତି । ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନାହିଁ, ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଭାବରେ ସୂଚନା ଦେଇଛନ୍ତି ଏସଆରସି। ସେହିପରି ଭାବରେ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ଲୋକ ଯୋଗ ଦେବେ। ଏହାସହ କିଛି ଅଂଚଳରେ ପଚାଶ ଲୋକଙ୍କଠାରୁ ଅଧିକ ଲୋକଙ୍କୁ ନେଇ ଏକଜୁଟ୍ କରୁଛନ୍ତି ବିବାହ ଆୟୋଜକ। ଯାହାଫଳରେ ବିବାହ ଆଦି କାମରୁ କରୋନା ବ୍ୟାପୁଛି, ତେଣୁ ଏବେ ସର୍ବମୋଟ ୫୦ ଜଣ ଲୋକ ଯୋଗଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ବିବାହରେ ପ୍ରୋସେସନକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତିକି ଦରକାର  ପଡ଼ିଲେ ସଂପୃକ୍ତ ଗାଡ଼ିକୁ ସିଜ୍‌ ମଧ୍ୟ କରାଯିବ।

ବ୍ରତ, ଏକୋଇଶିଆ, ଶ୍ରାଦ୍ଧ ଓ ବିବାହ ବାର୍ଷିକୀ ଉପରେ ଲାଗିଲା ରୋକ୍‌

କରୋନା ସଂକ୍ରମଣ ବଢୁଥିବା କାରଣରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସ୍ଥିତି ଜଟିଳ ହେଉଥିବାରୁ ବ୍ରତ, ଏକୋଇଶିଆ, ଶ୍ରାଦ୍ଧ ଓ ବିବାହ ବାର୍ଷିକୀ ଉପରେ ଲାଗିଲା ରୋକ୍‌ ଲଗାଇଛନ୍ତି ସରକାର। ଯେହେତୁ ଏହି କାର୍ଯ୍ୟ ଜରୁରୀ ନୁହେଁ ତେଣୁ ସରକାର ଏହାକୁ ସାମହିକ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଯାତ୍ରା ଓ ଅପେରା ଉପରେ ଲାଗିଲା ରୋକ୍‌

ରାଜ୍ୟରେ ବଢିଲା କୋଭିଡ୍ କଟକଣା ତେଣୁ ଯାତ୍ରା, ଅପେରାକୁ ବନ୍ଦ କଲେ ରାଜ୍ୟ ସରକାର। ୫୦ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ। କିନ୍ତୁ ସବୁଠି ପାଳନ ହେବ କୋଭିଡ୍ କଟକଣା। ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦେଇଛନ୍ତି ସରକାର।

ତେବେ ଲାଗୁ ହୋଇଥିବା ସଟଡାଉନ୍‌ ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ଏସଆରସି ପ୍ରଦୀପ ଜେନା ଅନୁରୋଧ କରିଛନ୍ତି । ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ହେଲେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି ।

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ରାଜ୍ୟରେ ସଙ୍ଗୀନ ସ୍ଥିତି ହେଲାଣି। ଏବେ ୫ ହଜାର ମୁହାଁ ହେଲାଣି କରୋନାର ଦୈନିକ ସଂକ୍ରମଣ ଟ୍ରେଣ୍ଡ। ତେବେ ଏହାକୁ ନେଇ ଆଜି ପ୍ରେସମିଟ୍‌ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ଏଠାରେ ସୂଚନା ଦେଉଛୁ ଯେ, ଆଜି ରାଜ୍ୟରେ କରୋନା ସଂକ୍ରମଣ ୪ ହଜାର ଟପିଛି। ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି। ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ ଅଧିକ ରୋଗୀ ବାହାରୁଛନ୍ତି। ସେହିପରି ଆଜି ରାଜ୍ୟରୁ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ତେବେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର।

 

Saturday-and-sunday-shotdown
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories