ସତୀଶ ଗଜଭିୟେ ହେଲେ ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷ

ଭୁବନେଶ୍ୱର:IPS ସ୍ତରରେ ଛୋଟ ଅଦଳବଦଳ। IPS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, କ୍ରାଇମବ୍ରାଞ୍ଚ ଆଇଜି ତଥା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି।

ସେହିପରି କମ୍ପ୍ୟୁଟର ଏସପି ୨୦୦୨ ବ୍ୟାଚ୍ ଗଜଭିୟେ ଏସକେ ଈଶ୍ୱରଦାସଙ୍କୁ ଅର୍ବାନ ପୁଲିସ୍ ଆଣ୍ଡ ଟ୍ରାଫିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ପ୍ରିନ୍ସିପାଲ, କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସପି ତଥା ଓପିଏସ୍ ମନୋଜ କୁମାର ମହାନ୍ତଙ୍କୁ ଦେବଗଡ଼ ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି।

ସେହିପରି ଭୁବନେଶ୍ୱରସ୍ଥିତ ଅର୍ବାନ ପୁଲିସ୍ ଆଣ୍ଡ ଟ୍ରାଫିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ପ୍ରିନ୍ସିପାଲ ଥିବା ଓଏପିଏସ୍ ବିଜୟ କୁମାର ସାହୁଙ୍କୁ ସପ୍ତମ ବାଟାଲିୟନର କମାଣ୍ଡାଣ୍ଟ ଭାବେ ବଦଳି କରାଯାଇଛି।

ଅନ୍ୟପକ୍ଷରେ ଗତ ଜୁଲାଇ ୧୪ତାରିଖରେ ଦେବଗଡ଼ ଏସପି ଭାବେ ବଦଳି ହୋଇଥିବା ଓପିଏସ୍ ଏସସି ଜମାଦାରଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ ପୁଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

You might also like