ସାରୁଅ ଜମି କିଣାବିକା ମାମଲାରେ କ୍ରାଇମ୍ବ୍ରାଞ୍ଚର ଅନୁରୋଧକୁ ଓଟିଭିର ସ୍ୱାଗତ

ଭୁବନେଶ୍ୱର: ବେନାମୀ ଟ୍ରାଞ୍ଜାକସନ୍‌ର ତଦନ୍ତ ରାଜ୍ୟ ପୋଲିସ୍‌ର ତଦନ୍ତ ପରିସରଭୁକ୍ତ ନୁହେଁ। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜମି କିଣା ଦୁର୍ନୀତି ଅଭିଯୋଗ ଉପରେ ଏକ ପ୍ରେସ୍‌ମିଟରେ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ତେଣୁ ବେନାମୀ ଟ୍ରାଞ୍ଜାକସନ୍‌ର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି। ଏବେ ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ କ୍ରାଇମ୍ବ୍ରାଞ୍ଚର EOW ଶାଖା ତଦନ୍ତ କରୁଛି।

ଏପଟେ ସାରୁଅ ଜମି କିଣାବିକା ମାମଲାର ତଦନ୍ତ ଭାର ଆୟକର ବିଭାଗକୁ ହସ୍ତାନ୍ତର ଲାଗି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯିବାକୁ ସ୍ୱାଗତ କରିଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍। କଂପାନୀ ପକ୍ଷରୁ ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ ଆମେ ଆରମ୍ଭରୁ କହି ଆସୁଛୁ ଏହି ବେନାମୀ ଜମି କାରବାରର ଅଭିଯୋଗ ମାମଲା ରାଜ୍ୟ ପୋଲିସ୍‌ର ତଦନ୍ତ ପରିସରଭୁକ୍ତ ନୁହେଁ। ଏହାସତ୍ତ୍ୱେ ଓଟିଭି ଓ ଏହାର ଗ୍ରୁପ୍ କଂପାନୀ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ- OIPL ବିରୋଧରେ ଅନେକ ମିଥ୍ୟା ମାମଲା ରୁଜ୍ଜୁ କରାଯିବା ସହ ଆମ ଲୋକମାନଙ୍କୁ ହଇରାଣ ହରକତ କରାଯାଉଛି।

ଆମେ ମାନ୍ୟବର ଅଦାଲତଙ୍କ ନିକଟରେ ମଧ୍ୟ ଏନେଇ ଯୁକ୍ତି ଉପସ୍ଥାପନ କରିଆସିଛୁ ଯେ, ଏହା ରାଜ୍ୟ ପୋଲିସ୍‌ର ତଦନ୍ତ ପରିସରଭୁକ୍ତ ନୁହେଁ, କି ଏହି ଅଭିଯୋଗ ମଧ୍ୟ କୋର୍ଟରେ ତିଷ୍ଠିବ ନାହିଁ। ଆଜି ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ମଧ୍ୟ ଆମେ ଏହି ମାମଲା ଆୟକର ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ଉପସ୍ଥାପନ କରିଥିଲୁ। ଶେଷରେ ଆମେ ଖୁସି ଯେ, ଏହାକୁ ରାଜ୍ୟ ପୋଲିସ୍  ସ୍ୱୀକାର କରିଛି ଏବଂ ମାମଲାର ତଦନ୍ତ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଦ୍ୱାରା କରିବାକୁ ଅନୁରୋଧ କରିଛି। ଏହାକୁ ଆମେ ସ୍ୱାଗତ କରୁଛୁ ବୋଲି କମ୍ପାନୀ କହିଛି।

ଆହୁରି ପଢ଼ନ୍ତୁ

କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

‘ମୋ ବାପାଙ୍କୁ ଅଫିସରେ ଡିଏମ୍‌ ବହୁତ ମାନସିକ ନିର୍ଯାତନା ଦେଉଥିଲେ’

ନଦୀ ଘାଟରେ ଡଙ୍ଗା ଭସାଇବା ମନା

୬ ବର୍ଷ ବିତିଯାଇଥିଲେ ବି ବ୍ୟାରେଜ କାମ ଆଗୋଉନଥିବା ଅଭିଯୋଗ

୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

ବିଧାନସଭାରେ ପୁରୀ ପୂର୍ବତନ ଏସ୍‌ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍‌

ପରୀ ହତ୍ୟା ମାମଲା; ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ଉଠିଲା ପ୍ରଶ୍ନ

IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ୍,‌ ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ କମ୍ପାନୀର..

୨ ଦିନ ପରେ ନାଗାର୍ଜୁନ ବେଶ

‘ଝିଅକୁ ମାରିବାରେ ଅରୁଣ ସାହୁଙ୍କ ହାତ ଅଛି’

You might also like