ସରପଞ୍ଚଙ୍କ ଭାଇଙ୍କୁ ଗୁଳିମାଡ଼

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ନିକଟରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଯୁବକ ଜଣକ ପ୍ରାଣ ହରାଇଛନ୍ତି। ମୃତ ଯୁବକଙ୍କ ନାଁ ସଦାନନ୍ଦ ଓରଫ ବାହାନ ଲେଙ୍କା। ଆସିକା ବ୍ଳକ୍‌ ଅନ୍ତର୍ଗତ ଖାରିଆ ସରପଞ୍ଚ ଅରବିନ୍ଦ ଲେଙ୍କାଙ୍କ ଭାଇ ସଦାନନ୍ଦ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ସଦାନନ୍ଦ ଜଣେ ବ୍ୟକ୍ତିଙ୍କ ସହ ବାଇକ୍‌ରେ ଆସିକାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ସଦାନନ୍ଦଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ।

ଗୁରୁତର ଅବସ୍ଥାରେ ସଦାନନ୍ଦଙ୍କୁ ଆସିକା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥ

ଅନ୍ୟପଟେ, ଗୁଳିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ରାଜନୈତିକ କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like