କ୍ୱାରେଣ୍ଟିନ୍‌ର ଅନ୍ତେବାସୀଙ୍କୁ ସାବିତ୍ରୀ ଭାର ଯୋଗାଇଲେ ସରପଞ୍ଚ

ଗଞ୍ଜାମ: କ୍ୱାରେଣ୍ଟିନ୍‌ରେ ଥିବା ଅନ୍ତେବାସୀଙ୍କ ପାଇଁ ସାବିତ୍ରୀ ବତ୍ର ପାଳନ କରିବାକୁ ବ୍ୟବସ୍ଥା ହେଲା। କ୍ୱାରେଣ୍ଟିନ୍‌ରେ ଅନ୍ତେବାସୀଙ୍କୁ ସାବିତ୍ରୀ ଭାର ଯୋଗାଇଲେ ସରପଞ୍ଚ। ବତ୍ର ପାଇଁ ଆବଶ୍ୟକ ପଡ଼ୁଥିବା ଶାଢ଼ୀ, ଚୁଡ଼ି, ଫଳ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇଛନ୍ତି ମହିଳା ସରପଞ୍ଚ।

ଏପରି କିଛି ଘଟଣା ଘଟିଛି ଗଞ୍ଜାମ ବେଲଗୁଣ୍ଠା ବ୍ଲକର ଗୋବରା କ୍ୱାରେଣ୍ଟିନ୍ ସେଣ୍ଟରରେ। ଯେଉଁଠି ସ୍ଥାନୀୟ ସରପଞ୍ଚ ଇନ୍ଦ୍ରାବାଇ ରାଜୁ କ୍ୱାରେଣ୍ଟିନ୍ ସେଣ୍ଟରର ମହିଳା ଅନ୍ତେବାସୀଙ୍କୁ ସାବିତ୍ରୀ ଭାର ଯୋଗାଇଛନ୍ତି। ଓଡ଼ିଆଙ୍କ ଏହି ପରମ୍ପରାକୁ ବଜାଏ ରଖିବା ସହ ମହିଳା ନିଜ ସ୍ୱାମୀଙ୍କ ପୂଜା କରିବା ପାଇଁ ବ୍ୟବସ୍ଥା ହୋଇଛି।

କ୍ୱାରେଣ୍ଟିନ୍ ସେଣ୍ଟରରେ ଏନେଇ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ମଧ୍ୟ କରାଯାଇଛି। ଗୋବରା କ୍ୱାରେଣ୍ଟିନ୍ ସେଣ୍ଟରରେ ଏବେ ୨୦ ଜଣ ମହିଳା ଅନ୍ତେବାସୀ ରହୁଛନ୍ତି।

You might also like