ପ୍ରବାସୀ ଶ୍ରମିକ ବସ୍ ଅଟକ

ସୋର: ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବା ତଥା କୋଭିଡ୍ ପାସ୍ ଓ ଅଧିକ ଯାତ୍ରୀ ଥିବାରୁ  ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଅଟକ ରଖିଲେ ସରପଞ୍ଚ। ବାଲେଶ୍ୱର ସୋର ଥାନା ଅଞ୍ଚଳ ଏକ ଗାଁ ନିକଟରେ ଗତକାଲି ରାତିରୁ ଏହି ବସ୍‌କୁ ଅଟକ ରଖାଯାଇଛି। 

ପ୍ରବାସୀ ଶ୍ରମିକଙ୍କୁ ନେବାକୁ ତାମିଲନାଡୁରୁ ଆସିଥିବା ଏହି ବସ୍‌ଟି‌ ପାଖର ଗାଁରୁ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ପାଖର ପଞ୍ଚାୟତ ଦୁର୍ଗାପୁର ନିକଟ ମଣ୍ଡପ ନିକଟରେ ପାଖର ପଞ୍ଚାୟତ ସରପଞ୍ଚ ବସ୍‌କୁ ଅଟକ ରଖିଥିବା ସୂଚନା ମିଳିଛି। ଏ ନେଇ ସରପଞ୍ଚ ପ୍ରଶାସନକୁ ମଧ୍ୟ ଜଣାଇଛନ୍ତି।

ସୂଚନା ଅନୁସାରେ, ସୋରରୁ ଶ୍ରମିକଙ୍କୁ ନେବା ପାଇଁ ତାମିଲନାଡୁରୁ ବସ୍‌ଟି ଆସିଥିଲା। ବସ୍‌ରେ ବିହାରର ୪୮ ଜଣ ଶ୍ରମିକ ଥିବାବେଳେ ପାଖର ଗାଁର ୧୨ଜଣ ଶ୍ରମିକଙ୍କୁ ନେଇ ବସ୍‌ଟି ଯାଉଥିଲା। ଏହି ସମୟରେ ସ୍ଥାନୀୟ ସରପଞ୍ଚ ଗାଡ଼ିକୁ ଅଟକ ରଖିଥିଲେ। ବସ୍‌ର କାଗଜପତ୍ର ଠିକ୍‌ ନ ଥିବା ତଥା କୋଭିଡ୍ ପାସ୍ ନଥିବା ଜଣାପଡ଼ିଛି।

You might also like