କଟକ: ପିଠାରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
କଟକ ସଦର ବ୍ଲକ୍ ଗତିରାଉତପାଟଣା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ଦୁର୍ବୃତ୍ତ ମାଡ଼ ମାରିଛନ୍ତି। ଉଭୟଙ୍କୁ ବନ୍ଧୁକ ପଛରେ ମୁଣ୍ଡକୁ ଆକ୍ରମଣ କରିଥିବା ସେ କହିଛନ୍ତି।
ସେମାନେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମର୍ଥକ ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା। ଆକ୍ରମଣ ଘଟଣା ନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି ସରପଞ୍ଚ।
https://youtu.be/Uasf0JXOjgg