କଳାହାଣ୍ଡି ସର୍ଦ୍ଦାର ରାଜାସ ମେଡିକାଲ କଲେଜ ମୁଖ୍ୟ ଗିରଫ

କଳାହାଣ୍ଡି : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଘଟଣାରେ ମେଡିକାଲ କଲେଜ୍ ମୁଖ୍ୟ ଗିରଫ। କଲେଜ ମ୍ୟାନେଜିଂ ଟ୍ରଷ୍ଟି ଏ. ଜନ୍‌ସେଲ୍ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ତାଙ୍କୁ ତାମିଲନାଡ଼ୁ ନଗରକୋଏଲରୁ ଗିରଫ କରାଯାଇଛି । ଜନ୍‌ସେଲ ସେଲଭାମ ଏଜୁକେସନାଲ ଚାରିଟେବଲ ଟ୍ରଷ୍ଟ ମୁଖ୍ୟ ଥିଲେ। ଗିରଫ ପରେ ଜନ୍‌ସେଲ୍‌ଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅାଣୁଛି EOW ।

୨୦୧୩ -୧୪ ଓ ୨୦୧୪-୧୫ ଶିକ୍ଷାବର୍ଷରେ ମେଡିକାଲ କଲେଜରେ MBBS ପାଠ୍ୟକ୍ରମ ଲାଗି ଏମସିଅାଇର ଅନୁମତି ପାଇଥିଲା। ତେବେ କଲେଜରେ କୌଣସି ଭିତ୍ତିଭୂମି ନଥିବା କଥାକୁ ଲୁଚାଇଥିଲେ କର୍ତ୍ତୃପକ୍ଷ ଏପରିକି ମିଥ୍ୟା କାଗଜପତ୍ର ଓ ତଥ୍ୟ ଦେଇ ସେ MCI କର୍ତ୍ତୃପକ୍ଷଙ୍କୁ ସେ ଅନ୍ଧାରରେ ରଖିଥିଲେ। ଫଳରେ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ ଏମସିଅାଇ ପକ୍ଷରୁ କଲେଜକୁ ଅନୁମତି ମିଳିନଥିଲା।

ସେପଟେ ତୃତୀୟ ବର୍ଷ ପାଇଁ ଅନୁମତି ମିଳିବ ନାହିଁ ବୋଲି ଜାଣିବା ପରେ ମଧ୍ୟ ସେ ପିଲାଙ୍କ ଠାରୁ କ୍ୟାପିଟେସନ୍ ଫି ଓ କସନ ମନି ବାବଦକୁ ବିପୁଳ ପରିମାଣର ଅର୍ଥ ଅାଦାୟ କରିଥିଲେ। ପରେ ସେ କଲେଜ ବନ୍ଦ କରିଦେବା ସହ ଅର୍ଥକୁ ମଧ୍ୟ ତୋଷାରପାତ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ୧୨୪ ଡାକ୍ତରୀଙ୍କ ଛାତ୍ରଛାତ୍ରୀ ଭାଗ୍ୟ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା।

 

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like