ଆଜି ଜେଲ୍‌ରୁ ମୁକୁଳିପାରନ୍ତି ସାରଥୀ

ଭୁବନେଶ୍ୱର: ଆଜି ଜେଲ୍‌ରୁ ମୁକୁଳିପାରନ୍ତି ସାରଥି ଓରଫ୍ ସନ୍ତୋଷ ରାଉଳ। ଏଥିପାଇଁ କେନ୍ଦ୍ରାପଡ଼ା SDJM କୋର୍ଟରେ ସାରଥୀଙ୍କ ପକ୍ଷରୁ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି।

ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ହାଇକୋର୍ଟ ସାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ତଳ କୋର୍ଟ ଚାହିଁଲେ ତାଙ୍କ ଜାମିନ ଉପରେ ଅଧିକ ସର୍ତ୍ତ ରଖିପାରିବେ ବୋଲି କୋର୍ଟ କହିଛନ୍ତି।

୨୦୧୫ରେ ଗିରଫ ହୋଇଥିବା ସାରଥୀଙ୍କ ବିରୋଧରେ ମୋଟ୍ ୩ଟି ମାମଲା ଥିବା ବେଳେ ପୂର୍ବରୁ ସେ ଅନ୍ୟ ମାମଲାରେ ଜାମିନ ପାଇସାରିଛନ୍ତି।

You might also like