ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ

କଟକ: ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ। ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା। ସେଠାରୁ ରିଲିଜ ଅର୍ଡର୍ ଚୌଦାର ଜେଲ୍‌ରେ ପହଞ୍ଚିବା ପରେ ଜେଲ୍‌ରୁ ମୁକୁଳିଥିଲେ ସାରଥୀ।

କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ପକ୍ଷରୁ ଦାଏର ମାମଲାରେ ହାଇକୋର୍ଟ ଜାମିନ ଦେବା ପରେ ସାରଥୀ ଜେଲ୍‌ରୁ ମୁକୁଳିବା ଲାଗି ବାଟ ଖୋଲିଥିଲା। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏସ୍‌ଡିଜେଏମ୍‌ଙ୍କ ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ୨୦୧୫ରେ ଗିରଫ ହୋଇଥିବା

You might also like