୨ଟି ପଞ୍ଚାୟତକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ: ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ୨ ସରପଞ୍ଚ। ଗଞ୍ଜାମ ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି।

ଏହି କ୍ଷମତା ଆଧାରରେ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତକୁ ସଟଡାଉନ୍‌ ଘୋଷଣା କରାଯାଇଛି। ଗତକାଲି ଗଞ୍ଜାମ ବୁଗୁଡ଼ାର ମାଣିତରା ପଞ୍ଚାୟତକୁ ସଟଡାଉନ କରିଥିଲେ ସରପଞ୍ଚ।

You might also like