ସାଂସଦ ଆଦର୍ଶ ଗ୍ରାମ ଯୋଜନା ଫେଲ୍

ନିଜ ପୋଷ୍ୟ ଗାଁକୁ ଥରେ ହେଲେ ବି ଯାଇ ନାହାଁନ୍ତି ସାଂସଦ

କୋରାପୁଟ: ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ୍‌ ହୋଇଥିଲା କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍‌ର ପିତଗୁଡ଼ା ଗାଁ। ହେଲେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ସାଂସଦଙ୍କ ପୋଷ୍ୟ ଗ୍ରାମର ଚିତ୍ର ବଦଳି ପାରିନାହିଁ। ବିକାଶ କଥା ଦୂରରେ ଥାଉ ସାଂସଦ ଦିନେ ହେଲେ ବି ଏ ଗାଁରେ ପାଦ ଦେଇନଥିବା ଗ୍ରାମବାସୀ କହିଛନ୍ତି।

ଗାଁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି। ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଗାଁରୁ ପ୍ରାୟ ୫୦୦ ମିଟର ଦୂରରେ ରହିଛି। ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା ନଥିବାରୁ ଗାଁ ଲୋକେ କୂଅ ପାଣି ଉପରେ ବର୍ଷ ତମାମ ଭରସା କରୁଛନ୍ତି। ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା କଥା ନ କହିବା ଭଲ। ରାସ୍ତାଘାଟ, ନର୍ଦ୍ଦମା ସବୁ ଅବ୍ୟବସ୍ଥାରେ ପଡ଼ିରହିଛି।

କୋରାପୁଟ ସାଂସଦ ଝିନ୍ ହିକକ୍କାଙ୍କ ପୋଷ୍ୟ ଗାଁ ହେଉଛି ଏହି ପିତଗୁଡ଼ା ଗାଁ। ପ୍ରଧାନମନ୍ତ୍ରୀଙ୍କ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଏହି ଗାଁର ନାଁ ରହିଥିଲେ ମଧ୍ୟ ୫ ବର୍ଷ ହେଲାଣି ଏଯାଏ ଗାଁ ଲୋକେ ସାଂସଦଙ୍କୁ ଦେଖି ନାହାନ୍ତି ବୋଲି କହିଛନ୍ତି।

ଆଦର୍ଶ ଗାଁର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ତେଜପୁର ବିଶ୍ୱବିଦ୍ୟାଳୟରୁ ୩ ଜଣିଆ ଟିମ୍ ଗାଁକୁ ଗସ୍ତ କରିଥିଲା। ସ୍ଥିତି ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରି ଶୀଘ୍ର ଗାଁର ବିକାଶ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

You might also like