‘ମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ବହନ କରିଛି କିଏ?’

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ହେଲିକପ୍ଟରରେ ଗସ୍ତ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ। କରୋନା ଭଳି ମହାମାରୀ ସମୟରେ ଖର୍ଚ୍ଚ କାଟ ପାଇଁ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଲକଡାଉନ୍‌ରେ କିପରି ସେ ହେଲିକପ୍ଟରରେ ଆସିଲେ ଏ ଅର୍ଥ କିଏ ବହନ କରିଛି? ସରକାର ନା ଦଳ, ଏଭଳି ପ୍ରଶ୍ନ ଉଠାଇଛି ବିଜେପି।

ଗତ ୧୮ ତାରିଖରେ ନବରଙ୍ଗପୁରରୁ ଭୁବନେଶ୍ୱରକୁ ହେଲିକପ୍ଟର ଯୋଗେ ଆସିଥିଲେ ସଂଜୟ ଦାସବର୍ମା। ଯେଉଁଠି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିରେ ବୈଠକ କରୁଛନ୍ତି ସେଠି ସଞ୍ଜୟ କିପରି ନିଜେ ଯାଇ ବୈଠକ କଲେ? କୋଭିଡ୍ ସ୍ଥିତିର ସମୀକ୍ଷା କରିବାକୁ ଯାଇ ନରେଗା କାମ ସହ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ କାର୍ଡ ବାଣ୍ଟିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବଳଭଦ୍ର ମାଝୀ।

ରାସନ୍ କାର୍ଡ ଦେବା ସମୟରେ କରୋନା ଗାଇଡ ଲାଇନ ଉଲ୍ଲଂଘନ ହୋଇଛି। ବୈଠକକୁ ରାଜ୍ୟସଭା ସାଂସଦଙ୍କୁ ନ ଡାକି ଥିବାରୁ ଏହା ସ୍ପଷ୍ଟ ସଞ୍ଜୟ ଦାସବର୍ମା ସେଠାକୁ ଦଳୀୟ କାର୍ଯ୍ୟକ୍ରମରେ ଯାଇଥିଲେ ବୋଲି ବିଜେପି ଅଭିଯୋଗ କରିଛିି। ଏପଟେ ଏଭଳି ଅଭିଯୋଗ କରିବା ଦୁର୍ଭାଗ୍ୟ ଜନକ କଥା, ଘଟଣାକୁ ରାଜନୈତିକ ରୂପ ଦିଆଯାଉଥିବା ନେଇ ସଂଜୟ ଦାସବର୍ମା କହିଛନ୍ତି।

You might also like