• translate
Prangyan Parimita

କଟକର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ବିନା ଟେଣ୍ଡରରେ ଚାଲିଛି ‌ଆବର୍ଜନା ଉଠା ପ୍ରକ୍ରିୟା
କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ
ଅବ୍ୟବସ୍ଥାର ପରିଣାମ ଭୋଗୁଛନ୍ତି ସହରବାସୀ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ)  : କଟକରେ କୋମାରେ ପଡ଼ିଛି ପରିମଳ ବ୍ୟବସ୍ଥା ବିନା ଟେଣ୍ଡରରେ ଠିକାରେ ଚାଲିଛି ଆବର୍ଜନା ଉଠା ପ୍ରକ୍ରିୟା । ଏପରିକି ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ହଡ଼ପ ମଧ୍ୟ ହୋଇଥିବା ଅଭିଯୋଗ ଆସିଛି । କିନ୍ତୁ ସିଏମସି ପାଖରେ ଖବର ନାହିଁ । ଅନ୍ୟପଟେ କଟକରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ଯାଇଥିବାରୁ ଅସୁବିଧା ଭୋଗୁଛନ୍ତି ସହରବାସୀ ।

କଟକରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା କେଉଁଠି ମାସ ମାସ ଧରି କୁଢ କୁଢ ଅଳିଆ ପଡି ରହିଛି ତ ଆଉ କେଉଁଠୁ କିଏ ଅଳିଆ ଉଠାଇ ନେଉଛି, ତାର ସଠିକ୍ ହିସାବ ନାହିଁ । କଟକ ମହାନଗର ନିଗମ ପାଖରେ ଫଳରେ ସିଏମସିକୁ ଚୂନ ଲଗାଇ ପରିମଳ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ହେଉଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସିଏମସିର ପୂର୍ବତନ କର୍ପୋରେଟର ଅରୁଣ ସେଠୀ । ପରିମଳ ପାଇଁ ଡକାଯାଇଥାଏ ସ୍ୱତନ୍ତ୍ର ଟେଣ୍ଡର, ହେଲେ ଗତ ୨ ବର୍ଷ ହେବ ଟେଣ୍ଡର ଅବଧି ଶେଷ ହୋଇଥିଲେ ମଧ୍ୟ କିଛି ସଂସ୍ଥା ସିଏମସିର କିଛି କର୍ମଚାରୀଙ୍କ ସହଯୋଗରେ ବିନା ଟେଣ୍ଡରରେ ଆବର୍ଜନା ଉଠାଉଥିବା ଜଣାପଡିଛି । ଆଉ ଏଥିରେ ପୂର୍ବ ଭଳି ମାସକୁ ମାସ ଟଙ୍କା ଗାଏବ କରାଯାଉଛି । ସିଏମସିରୁ ସେପଟେ କିନ୍ତୁ ସହର ସାରା ବିପଯର୍ୟସ୍ତ ପରିମଳ ଯୋଗୁଁ ହଇରାଣ ହେଉଛନ୍ତି କଟକବାସୀ

ସିଏମସି କମିଶନରଙ୍କୁ ପଚାରିବାରୁ ସେ ପୁରୁଣା ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ବ୍ୟବସ୍ଥା ଚାଲିଥିବା କହିଛନ୍ତି ।ଏବେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ହେବା ପରେ ବ୍ୟବସ୍ଥାରେ ଢେର ସୁଧାର ଆସିଛି । ଏଥିସହ ବିଭିନ୍ନ ୱାର୍ଡରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସଫେଇ କାମରେ ନିୟୋଜିତ କରାଯାଇଥିବା କହିଛନ୍ତି କମିଶନର ।

Other Stories