ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର। ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ମିଳିବ ଉସ୍ତାଦ ବିଶମିଲ୍ଲା ଖାଁ ଯୁବ ପୁରସ୍କାର।

ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକୁ ବିଶିଷ୍ଟ ସମ୍ମାନ ପାଇଁ ମନୋନୀତ କରାଯାଇଥିବାବେଳେ ଓଡ଼ିଶୀ ନୃତ୍ୟ ଲାଗି ସୁରୁପା ସେନ୍‌ଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏକାଡେମୀ ଫେଲା ପୁରସ୍କାର ବାବଦରେ ୩ଲକ୍ଷ ଟଙ୍କାର ଅର୍ଥରାଶି ଓ ଏକାଡେମୀ ପୁରସ୍କାର ପାଇଁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।

୧୯୫୨ ମସିହାରୁ କଳା ଓ ସଂସ୍କୃତି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କୁ କେନ୍ଦ୍ର ସଂଗୀତ ନାଟକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

You might also like