ପୁରୀ : ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମବେଦୀରେ ଚାଲିଛି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ। ଭକ୍ତମାନେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ। ଏହାପରେ ସାଧାରଣ ଦର୍ଶନ ବନ୍ଦ ରହିବ।
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ବାରିକେଡ଼ ଦେଇ ଭକ୍ତମାନଙ୍କୁ ମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ଛଡ଼ାଯାଉଛି। ସନ୍ଧ୍ୟା ଦର୍ଶନ ସରିବା ମାତ୍ରେ, ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଠାକୁରମାନଙ୍କ ଗୁପ୍ତ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ।
କାଲି ବାହୁଡ଼ାଯାତ୍ରାରେ ଜନ୍ମବେଦୀରୁ ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ସେଥିପାଇଁ ଶୃଙ୍ଖଳିତ ନୀତିକାନ୍ତି ସହ ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।