୭୦ ଲକ୍ଷ ଟଙ୍କାର ଚୋରା ଚନ୍ଦନ କାଠ ଜବତ
କଟକ: କଟକ ଟାଙ୍ଗି ଥାନା ଅଧିନ ଦଳଯୋଡ଼ି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ ହୋଇଛି। କ୍ରାଇମ୍ବ୍ରାଞ୍ଚ STF ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୦ କିଲୋଗ୍ରାମର ଚନ୍ଦନ କାଠ ଜବତ କରିଛି।
ଏହି ଘଟଣାରେ STF ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହେମନ୍ତ ଛାଟୋଇ, ଦଣ୍ଡପାଣି ଦାସ ଓ କାହ୍ନୁ ଚରଣ ବିଶୋଇ। ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଦଳଯୋଡି ଜଙ୍ଗଲରେ ଚୋରା ଚନ୍ଦନ କାଠ ବେପାର ଚାଲିଥିବା ଖବର ପାଇ କ୍ରାଇମ୍ବ୍ରାଞ୍ଚ STF ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୪ କ୍ୱିଣ୍ଟାଲ ୬୦ କିଲୋଗ୍ରାମର ଚନ୍ଦନ କାଠ ଜବତ ସହ ୩ଜଣଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ନାଁରେ ଟାଙ୍ଗି ପୋଲିସ୍ ମାମଲା ରୁଜୁ କରିବା ସହ ଏହି ମାମଲାରେ ଆଉ କେଉଁ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି।