ବାଲି ଚୋରି ଘଟଣାରେ ପୁଣି ଥରେ ତଦନ୍ତ ଆରମ୍ଭ କରିଛି ଏଏସଆଇ

ପୁରୀ : କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରୁ କର୍ମଚାରୀଙ୍କ ଦ୍ୱାରା ବାଲି ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ-ASI । ଏ.ଏସ.ଆଇ ରାଜ୍ୟ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ପୁନର୍ବାର ଏହି ଘଟଣାର ଅନୁସନ୍ଧାନ କରିଛନ୍ତି । ତେବେ ଏକ ଭିଆଇପି ପାର୍କିଂ ନିର୍ମାଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ଡାଇରେକ୍ଟର ଜେନେରାଲଙ୍କ ଅନୁମତିରେ ବାଲି ଖନନ କାର୍ଯ୍ୟ ଚାଲୁଥିବାର ସେ ସଫେଇ ଦେଇଛନ୍ତି ।

କିନ୍ତୁ ଯଦି କିଛି ତ୍ରୁଟି ମିଳେ ଯେ, କୌଣସି କର୍ମଚାରୀ ହୁଅନ୍ତୁ ବା ଅଧିକାରୀ, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଟିଭିକୁ ସାକ୍ଷାତକାର ଦେଇ ଅରୁଣ ମଲ୍ଲିକ କହିଛନ୍ତି , ସୂର୍ଯ୍ୟ ମନ୍ଦିର ଚତୁପାର୍ଶ୍ୱରେ ଥିବା ଜମିର ଦକ୍ଷିଣ ପୂର୍ବ କୋଣରେ ଥିବା ଏକ ବାଲିବନ୍ତରୁ ସ୍ଥାନୀୟ ଜଣେ କର୍ମଚାରୀ ବାଲି ଓ ପଥର ଚୋରି କରିନେଇଥିବା ପୋଲିସ ଓ ତହସିଲଦାରଙ୍କ ନିକଟରେ ଗତ ୯ ତାରିଖରେ ଅଭିଯୋଗ ହୋଇଥିଲା ।

You might also like