ବାଲୁକାକଳାରେ ଆତଙ୍କବାଦକୁ ବିରୋଧ
ବେଳାଭୂମିରେ ବାଗ୍ଦାଦିର ଚତ୍ର ଆଙ୍କିଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ବିଶ୍ୱର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍ଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗ୍ଦାଦିର ମୃତ୍ୟୁକୁ ନିଜ କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି।
ଏଥିରେ ବାଗ୍ଦାଦିର ବାଲୁକା ଚିତ୍ର ସହ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ଶିଳ୍ପୀ ସୁଦର୍ଶନ । ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି।