ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ଭିସୁଟ୍ ୩୧ ଯାଏ ବନ୍ଦ
ସମ୍ୱଲପୁର: ସମ୍ବଲପୁର ୟୁନିଭରସିଟି ଓ ବୁର୍ଲା ଭିସୁଟ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିବ। କରୋନା ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ହୋଇଛି। ଆଗରୁ ଏହି ଦୁଇ ଶିକ୍ଷାନୁଷ୍ଠାନକୁ ୧୯ ତାରିଖ ଯାଏ ବନ୍ଦ ଘୋଷଣା କରାଯାଇଥିଲା। କିନ୍ତୁ ରାଜ୍ୟର କରୋନା ପରିସ୍ଥିତିରେ ବିଶେଷ କିଛି ସୁଧାର ଆସିନଥିବାରୁ ୩୧ ତାରିଖ ଯାଏ ଉଭୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି।
କ୍ୟାମ୍ପସର ଯେଉଁମାନେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି, ସେଇ ଅବଧି ନ ସରିବା ଯାଏ ଘରୁ ଆଦୌ ନ ବାହାରିବାକୁ କୁହାଯାଉଛି। କେବଳ ମେନ୍ ଗେଟ୍କୁ ଛାଡ଼ି ଅନ୍ୟ ପ୍ରବେଶ ପଥ ବନ୍ଦ ରହିବ।
ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ସହିତ କୋଭିଡ ନିୟମ ଯେମିତି କଡ଼ାକଡ଼ି ଭାବେ କ୍ୟାମ୍ପସରେ ପାଳନ ହୁଏ, ତାହା ନିଶ୍ଚିତ କରିବାକୁ ଉଭୟ ଶିକ୍ଷାନୁଷ୍ଠାନର କୁଳପତିଙ୍କୁ କୁହାଯାଇଛି।