ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। SAMS ୱେବ୍ସାଇଟ୍ରେ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ଯାଏ ଛାତ୍ରଛାତ୍ରୀ ଆବେଦନ କରିପାରିବେ।
ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ଏହି ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର ୧୧ରୁ ୧୮ ତାରିଖ ଯାଏ ହେବ। ସେପ୍ଟେମ୍ବର ୨୩ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଏହି ପର୍ଯ୍ୟାୟର ନାମଲେଖା ୨୪ରୁ ୨୮ ତାରିଖ ଯାଏ ହେବ। ଅକ୍ଟୋବର ୧ରୁ ୩ ଯାଏ ସ୍ପଟ୍ ଆଡ୍ମିଶନ୍ ପାଇଁ ପିଲାମାନେ ନାମ ପଞ୍ଜୀକରଣ କରିପାରିବେ ଏବଂ ୫ ତାରିଖରେ ହେବ ନାମଲେଖା।
ଚଳିତ ବର୍ଷ ୫ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିରୁ ୭୮.୭୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।