ସ୍କୁଲ ଓ କଲେଜ୍ରେ କଡାକଡି ପାଳନ ହେବ କରୋନା ଗାଇଡଲାଇନ୍: ସମୀର ଦାସ
ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ
- ସରକାରୀ ହଷ୍ଟେଲରେ ସଂକ୍ରମଣ ହୋଇନି
- ହଷ୍ଟେଲରେ କରୋନା ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ, ଗଣଶିକ୍ଷା ମନ୍ତ୍ରୀ
- ଘରୋଇ ଓ ସରକାରୀ କଲେଜର ହଷ୍ଟେଲ ପାଇଁ ଲାଗୁ ହୋଇଛି କଟକଣା
- ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ
- ସରକାରୀ ହଷ୍ଟେଲ ବା ସ୍କୁଲ, କଲେଜ ହଷ୍ଟେଲରେ ସଂକ୍ରମଣ ସାମ୍ନାକୁ ଆସିନି
ଭୁବନେଶ୍ୱର: ହଷ୍ଟେଲରେ କରୋନା ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। କହିଲେ, ଉଭୟ ଘରୋଇ ଓ ସରକାରୀ କଲେଜର ହଷ୍ଟେଲ ପାଇଁ କରୋନା କଟକଣା ଲାଗୁ ହୋଇଛି। ସରକାରୀ ହଷ୍ଟେଲରେ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ଭାବରେ କହିଛନ୍ତି ସମୀର। ଗାଇଡ ଲାଇନ୍ କଡାକଡି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିବା ବି କହିଛନ୍ତି ଶ୍ରୀ ଦାଶ। ଏହାସହିତ କିଛି ଘରୋଇ ହଷ୍ଟେଲ ମାନଙ୍କରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାକୁ ବନ୍ଦ କରାଯାଇଛି। ସଂକ୍ରମଣ ଦେଖାଯିବା ସ୍ଥାନରେ ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସମୀର ଦାଶ।
ଏହାସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କରୋନା କଟକଣା ମଧ୍ୟରେ ରାଜ୍ୟରେ ସବୁକିଛି ଚାଲିଛି। ବର୍ତ୍ତମାନ ସମୟରେ ନବମ ଓ ଦଶମ ଶ୍ରେଣୀର ପିଲାମାନେ ହଷ୍ଟେଲରେ ରହୁଛନ୍ତି, ଅନ୍ୟମାନେ ନାହାନ୍ତି। କରୋନାକୁ ନେଇ ଆମେ ସଚେତନ ଅଛୁ। ଆଜି ସୁଦ୍ଧା ଆମ ବିଭାଗ ପକ୍ଷରୁ ଯେଉଁ ହଷ୍ଟେଲ ରହିଛି ସେଠାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଘରୋଇ ହଷ୍ଟେଲ କିମ୍ବା ଘରୋଇ ଶିକ୍ଷାନୁଷ୍ଠାନରୁ ଯେଉଁମାନେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ନଜର ରଖିଛି। ଯେଉଁଠୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାହାକୁ ୧୦ ଦିନ ପର୍ଯ୍ୟନ୍ତ ମଧ୍ୟ ବନ୍ଦ କରିଦିଆଯାଇଛି। ସଂକ୍ରମିତଙ୍କ ଲୋକାଲ ଟ୍ରେସିଂ ମଧ୍ୟ ଚାଲିଥିବା ମନ୍ତ୍ରୀ କହିଛନ୍ତି।
କରୋନାକୁ ନେଇ ସରକାର ଓ ଗଣଶିକ୍ଷା ବିଭାଗ ଯେଉଁ ଗାଇଡଲାଇନ ଜାରି କରିଛନ୍ତି ତାହା ସମସ୍ତଙ୍କ ପାଇଁ ଲାଗୁ ହେବ ଓ ତାହାକୁ ସମସ୍ତେ ମାନିବାକୁ ବାଧ୍ୟ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ଏଠାରେ ଆମେ ରଖୁଛୁ ଯେ, ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜ୍ୟରେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହୋଇଛି। ଦୀର୍ଘ ଦିନ ଧରି କରୋନା ଗ୍ରାଫ ୧୦୦ ତଳେ ଥିବାବେଳେ ଗତକାଲି ୧୧୦ ଛୁଇଁଥିଲା। ଆଜି ଏହା ୧୨୦କୁ ଛୁଇଁଛି। ପ୍ରତିଦିନ ବଢୁଥିବା ଏଇ କରୋନା ସଂମିତଙ୍କ ସଂଖ୍ୟା ପୁଣି ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨ଟି ଜିଲ୍ଲାରୁ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୪୯ ଲୋକାଲ କେସ ରହିଛି