ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ ନିଲାମ ହେବ

ନୂଆଦିଲ୍ଲୀ: ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢୀ ପିନ୍ଧି ଫିଲ୍ମ ‘ଶକୁନ୍ତଳା’ର ପ୍ରମୋଶନ ପାଇଁ ଆସିଥିଲେ। କଳାରଙ୍ଗର ଏଇ ସମ୍ବଲପୁରୀ ବାନ୍ଧ ଶାଢୀରେ ବିଦ୍ୟା ବାଲାନ ବହୁତ ସୁନ୍ଦର ଦିଶୁଥିଲେ। ଖାଲି ବିଦ୍ୟାଙ୍କର ସୌନ୍ଦର୍ଯ୍ୟ ବଢି ଯାଇ ନ ଥିଲା, ଶାଢୀର ମୂଲ୍ୟ ମଧ୍ୟ ବଢି ଯାଇଥିଲା।  ବିଦ୍ୟା ନିଜେ ମଧ୍ୟ ଶାଢୀର ଡିଜାଇନକୁ ବହୁତ ପ୍ରଶଂସା କରିଥିଲେ।

ଏହାପରଠାରୁ ଏଇ ସମ୍ବଲପୁରୀ ବାନ୍ଧ ଶାଢୀର ବେଶ ଚର୍ଚ୍ଚା ହେଉଥିଲା। ଏବେ ବିଦ୍ୟା ବାଲାନ ପିନ୍ଧିଥିବା ଏଇ ସମ୍ବଲପୁରୀ ବାନ୍ଧ ଶାଢ଼ୀର ନିଲାମ ହେବ। ନିଲାମରୁ ଯେଉଁ ଅର୍ଥ ସଂଗୃହୀତ ହେବ, ତାକୁ ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ । ଅଗଷ୍ଟ ୧୫ରୁ ଅନ୍‌ଲାଇନ୍‌ରେ ନିଲାମ ଆରମ୍ଭ ହୋଇଛି । ଏହା ୨୦ ତାରିଖ ରାତି ୧୦ ଯାଏ ଚାଲିବ । ଯିଏ ନିଲାମରେ ଭାଗ ନେବାକୁ ଚାହୁଁଛନ୍ତି, ସେମାନେ ଗୁଗୁଲ ଫର୍ମସରେ ଆବେଦନ କରିପାରିବେ ।   ଏ ନେଇ ସୂଚନା ଦେଇଛନ୍ତି  ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ଅନୀତା ସାବତ ଓ ଅମ୍ରିତା ସାବତ ।

ଫିଲ୍ମ ଶକୁନ୍ତଳାରେ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିଲେ ଏହି ସମ୍ବଲପୁରୀ ବାନ୍ଧ ଶାଢୀ। ସେ ଶାଢୀ ପିନ୍ଧିବା ପରେ ସୋସିଆଲ ମିଡିଆରେ ବୁଣାକାରଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଏଥିସହ ଚୁକ୍ତି ମୁତାବକ ଶାଢୀଟି ପିନ୍ଧିବା ପରେ ଫେରାଇ ଦେଇଥିଲେ । ଶାଢୀଟି ଆସିବା ପରେ ଏହାକୁ କିଣିବା ପାଇଁ ବହୁ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥିବାରୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।ଶାଢୀଟିକୁ ବୁଣିଥିବା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ଟିକିରାପଡ଼ା ଗାଁର ଭାଗବତ ମେହେର କହିଛନ୍ତି, ବିଦ୍ୟା ବାଲାନ ଏ
ଶାଢୀ ପିନ୍ଧିବା ପରେ ଏହା ତାଙ୍କ ୨୦ ବର୍ଷର ବୁଣାକାର ପରିଶ୍ରମକୁ ସାକାର ହୋଇଛି।

 

ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ଅନୀତା ସାବତ ଓ ଅମ୍ରିତା ସାବତ କହିଛନ୍ତି, ପ୍ରତି ରାତି ୧୦ଟାରେ ସେହି ଦିନର ହାଇଏଷ୍ଟ ବିଡର ଓ ମୂଲ୍ୟ ଘୋଷଣା କରାଯିବ। ସୋଶିଆଲ ମିଡିଆ, ଟ୍ୱିଟର, ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ଏହାକୁ ଚେକ୍‌ କରିହେବ।

 

ଆହୁରି ପଢ଼ନ୍ତୁ

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

You might also like