ରାଜଧାନୀରେ ସମ୍ବଲପୁରୀ ଦିବସ ପାଳନ
ଭୁବନେଶ୍ୱର: ରାଜଧାନୀରେ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିବସ। ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ ଅବସରରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ତରଫରୁ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରରେ ଏକ ବାଇକ୍ ରାଲି ଭୁବନେଶ୍ୱର ମାଷ୍ଟାରକ୍ୟାଣ୍ଟିନ ଛକରୁ ବାହାରି ୟୁନିଟ୍ ୮ ଡିଏଭି ସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲା।
ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଏବଂ ଯୁବବର୍ଗ ଏକାଠି ହୋଇ ପାରମ୍ପରିକ ସମ୍ବଲପୁରୀ ଡ୍ରେସ୍ ପରିଧାନ କରିଥିଲେ। ସମ୍ବଲପୁରୀ କଳା ସଂସ୍କୃତିକୁ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଅବଦାନକୁ ମନେ ପକାଇ ତାଙ୍କର ଜନ୍ମଦିନକୁ ଆଜି ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଉଛି।