ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗ, ରେଞ୍ଜର ନିଲମ୍ବିତ

ସମ୍ବଲପୁର: ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗରେ ରେଞ୍ଜର ନିଲମ୍ବିତ। ସମ୍ବଲପୁର ସଦର ବନାଞ୍ଚଳର ରେଞ୍ଜର ଗୌରୀଶଙ୍କର ଦାସଙ୍କୁ ନିଲମ୍ବନ କରାଯାଇଛି। ଗତ ୨୦୧୯ରୁ ୨୦ ୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା।  କେତେବେଳେ ରେଳ ଧକ୍କାରେ ତ ଆଉ କେତେବେଳେ ଶିକାରୀଙ୍କ ଦ୍ୱାରା ହାତୀଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ୨୦୧୯ ରୁ ୨୦୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ ଟି ହାତୀ ପ୍ରାଣ ହରାଇଥିଲେ । ବାରମ୍ବାର ହାତୀ ମୃତ୍ୟୁ ହେଉଥିଲେ ମଧ୍ୟ ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ।  ତଦନ୍ତ କରିଥିବା ଟିମ୍‌ ଦେଇଥିବା ତଥ୍ୟ ଆଧାରରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରେଞ୍ଜରଙ୍କୁ ନିଲମ୍ବନ ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ସମ୍ବଲପୁର ଡିଏଫ୍ଓ କହିଛନ୍ତି।

 

You might also like