ବନ୍ଦ ହୋଇଯିବ ସମ୍ବଲପୁର ରୋଡ ରେଳ ଷ୍ଟେସନ : ରେଳବାଇର ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ ଧମକ

ସମ୍ବଲପୁର : ବନ୍ଦ ହୋଇଯିବ ସମ୍ବଲପୁରର ଲାଇଫ ଲାଇନ୍ । ସମ୍ବଲପୁର ରୋଡ ରେଳ ଷ୍ଟେସନ ରେଳ ଲାଇନ ଦୋହରୀକରଣ ପାଇଁ ଫାଟକ ଷ୍ଟେସନ ଭାବେ ଜଣାଶୁଣା ଷ୍ଟେସନକୁ ସ୍ଥାୟୀ ଭାବେ ଉଚ୍ଛେଦ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକୁ ନେଇ ଜାରି ରହିଥିବା ବିରୋଧ ଏବେ ଚରମସୀମାରେ ପହଞ୍ଚିଛି । ଆଗକୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଏବଂ ସହରର ବୁଦ୍ଧିଜୀବୀ ।

ଫାଟକ ରେଳ ଷ୍ଟେସନ ଭାବେ ଜଣାଶୁଣା ଷ୍ଟେସନକୁ ଉଚ୍ଛେଦ କରିବାକୁ ନେଇ ତାତିଛନ୍ତି ଜନତା । ରେଳ ପଥର ଦୋହରୀକରଣ ପାଇଁ ଏହି ଷ୍ଟେସନଟି ବାଧକ ସାଜିଥିବାରୁ ଏହାକୁ ସ୍ଥାୟୀ ଭାବେ ଉଚ୍ଛେଦ କରିବାକୁ ପୂର୍ବତଟ ରେଳବାଇ ପ୍ରକ୍ରିୟା ଆରମ୍ଭ କରିଛି  । ସମ୍ବଲପୁର ରୋଡ ରେଳ ଷ୍ଟେସନ କୁ ସ୍ଥାୟୀ ଭାବେ ଉଚ୍ଛେଦ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।  ଚିଠି ପରେ ଏହାକୁ ନେଇ ବିରୋଧ ଜୋର ହୋଇଛି । ପୂର୍ବରୁ ମଧ୍ୟ ଅନେକ ଥର ରେଳ ବିଭାଗର ନିଷ୍ପତ୍ତିକୁ ବିରୋଧ କରାଯାଇଛି । ଏବେ ପୁଣି ବିଭିନ୍ନ ନାଗରିକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ ରୂପ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ରେଳେଓ୍ୱର ନିଷ୍ପତ୍ତିକୁ ନେଇ ବୁଦ୍ଧିଜୀବୀ ମହଲରେ ମିଶ୍ର ପ୍ରତିକ୍ରିୟା ଆସିଛି । ପ୍ରସ୍ତାବକୁ ସ୍ୱାଗତ କରାଯିବା ସହ ବିକାଶ କାମରେ ବାଧା ସୃଷ୍ଟି ନ କରିବାକୁ ସହରର ବୁଦ୍ଧିଜୀବୀ ଅପିଲ କରିଛନ୍ତି । ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ କୁହାଯାଇଛି ଯେ, ଦିନକୁ ଦିନ ଯାତ୍ରୀ ଓ ଟ୍ରେନ ସଂଖ୍ୟା ବଢୁଥିବାରୁ ରେଳ ଲାଇନ ଦୋହରୀକରଣ ଅପରିହାର୍ଯ୍ୟ ହୋଇ ପଡିଛି । ଏହା ସହ ସମ୍ବଲପୁର- ତାଳଚେର ସେକ୍ସନରେ ଚାଲିଥିବା ଦୋହରୀକରଣ କାର୍ଯ୍ୟକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ ରଖିଛି ରେଳ ବିଭାଗ ।

You might also like