ବାଲ୍ୟ ବେଳର ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ

ସାମାନ୍ୟ କଥାରୁ ହତ୍ୟାକାଣ୍ଡ

ରେଢାଖୋଲ :(ରିପୋର୍ଟ-ରମାକାନ୍ତ ମହାନନ୍ଦ) ସାମାନ୍ୟ କଥାରୁ ହତ୍ୟାକାଣ୍ଡ। ନିମିଶକେ ମଧ୍ୟରେ ଚାଲିଲା ଜୀବନ। ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ମଙ୍ଗଳପୁର ଗାଁ ରେ। ଭାବି ପାରିଲେ ନାହିଁ ପିଲାଦିନେ ଏକାଠି ବସୁଥିଲେ, ଖେଳୁଥିଲେ କିନ୍ତୁ କ୍ଷଣିକ କ୍ରୋଧ ପାଖରେ ହଜିଗଲା ପିଲାଦିନର ସ୍ମତି ଓ ଭଲ ପାଇବା।

ମିଳିଥିବା ସୂଚନା ଅନୁସାରେ, ସାମାନ୍ୟ କଥାକୁ ନେଇ ଦୁଇ ବୃଦ୍ଧ ବନ୍ଧୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଶେଷରେ ହତ୍ୟା କାଣ୍ଡ ଘଟିଛି।  ସୂଚନା ଅନୁସାରେ, ସେହି ଗାଁ ର ବାଲ୍ୟକାଳର ବନ୍ଧୁ ଗେଣ୍ଡରା କୁଜୁରୁ (୬୯), ଓ ଭୀମ ନାୟକ (୬୮) କୈଣସି ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ତେବେ ପରେ ପାଖରେ ଥିବା ଏକ ଲୁହା ଶାବଳ ରେ ଭୀମ ନାୟକ ରାଗିଯାଇ ବନ୍ଧୁ ଗେଣ୍ଡରା କୁଜୁରୁ ର ମୁଣ୍ଡକୁ ଆକ୍ରମଣ  କରିଥିଲା। ତେବେ ଆକ୍ରମଣ ପରେ  ଗୁରୁତର ଅବସ୍ଥାରେ ଗେଣ୍ଡରାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହୋଇଥିଲା । ଶେଷରେ ମେଡିକାଲରେ ଗେଣ୍ଡରାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ଖବର ପାଇ ଆଜି କିସିଣ୍ଡା ପୋଲିସ ଅଭିଯୁକ୍ତ ବାଲ୍ୟ ବନ୍ଧୁ ଭୀମ ନାୟକ କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

You might also like