ବାଇକରେ ଆସି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
ଯୁବକଙ୍କୁ ହତ୍ୟା
ସମ୍ବଲପୁର: ସମ୍ବଲପୁର ଧନୁପାଲି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି। ବାଇକରେ ଆସି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଏଥିରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ନେଇ ସୂଚନା ମିଳିଛି। ଏହାସହ ଅନ୍ୟ ଜଣେ ଗୁରୁତର ହୋଇ ପଡିଛନ୍ତି। ମୃତକ ଜଣକ ହେଉଛନ୍ତି ଗଣେଶ ଓରାମ ବୋଲି ଜଣାପଡିଛି। ପୋଲିସ ଖବର ପାଇ ଗୁରୁତର ଥିବା ଲବ ଓରାମଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା।
ସମ୍ବଲପୁର ଧନୁପାଲି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି। ବାଇକରେ ଆସି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ#Odisha
— ଓଟିଭି (@otvkhabar) March 21, 2021
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଧନୁପାଲି ଅଂଚଳର ସୋନାପାଲି ଓରାମପଡ଼ାରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଖବର ପାଇ ଧନୁପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।
ତେବେ ଯୁବକଙ୍କ ହତ୍ୟାକୁ ନେଇ ଉତ୍ତ୍ୟକ୍ତ ଲୋକ ଥାନା ଘେରାଉ ଉଦ୍ୟମ କରିଛନ୍ତି। ଗତ ରାତିରେ ଓରାମପଡ଼ାରେ ଯୁବକଙ୍କୁ ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ ଉଦ୍ୟମ ବେଳେ ଲୋକଙ୍କୁ ଅଟକାଇଲା ପୋଲିସ। ଧନୁପାଲି ଥାନା ଘେରାଉ ପୂର୍ବରୁ ରାସ୍ତାରେ ଅଟକାଇଲା ପୋଲିସ। ଘଟଣାସ୍ଥଳରେ ଉତ୍ତେଜନ ଦେଖାଦେଇଛି। ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।