ସମ୍ବଲପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଦେବଗଡ଼: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ NH-୪୯ର କୁରଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏ ନେଇ ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ଦେବଗଡ଼ ଫେରୁଥିବା ବେଳେ କୁରଡ଼ ନିକଟରେ ସାଂସଦଙ୍କ କାର୍‌କୁ ପଛପଟରୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ, ତାଙ୍କ ପିଏସ୍‌ଓ ଓ ଡ୍ରାଇଭର ଥିଲେ ବୋଲି ସୂଚନା ମିଳିଛି।

ଏକ ବଡ଼ ଧରଣର ଦୁର୍ଘଟଣାରୁ ସାଂସଦ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କାର୍ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସାଂସଦଙ୍କ ପିଏସ୍‌ଓ ଓ ଗାଡ଼ି ଡ୍ରାଇଭର ସମସ୍ତେ ସୁରକ୍ଷିତ ଅଛନ୍ତି।

ଏହି ଘଟଣାରେ ମାମଲା ରୁଜୁ ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ

ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

You might also like