ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋରଦାର

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋରଦାର। ଅାଜିଠୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍‌ ବନ୍ଦ କରିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ଏହି ଅାନ୍ଦୋଳନରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି।

ଏହା ପରେ ଅାସନ୍ତା ୨୯ ଓ ୩୦ ତାରିଖରେ ଦୁଇ ଦିନ ଅାନ୍ଦୋଳନକୁ ବ୍ୟାପକ କରି ମହାବନ୍ଦ କରାଯିବ।  ତା ପୂର୍ବରୁ ଅାଜି ସବୁ ସରକାରୀ ଅଫିସ୍‌ଗୁଡ଼ିକୁ ବନ୍ଦ କରାଯାଇଛି। ସାରା ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି।

You might also like