ଓଡ଼ିଶା ରାଜନୀତିରେ ନୂଆ ସାମ୍ମୁଖ୍ୟର ଅଭ୍ୟୁଦୟ; ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ସାମ୍ମୁଖ୍ୟର ଅଭ୍ୟୁଦୟ। ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ।

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ ଟକ୍କର ଦେବାକୁ ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ ଗଠନ ହୋଇଛି।  ସମତାକ୍ରାନ୍ତି ଦଳ ଓ ଉତ୍କଳ ଭାରତ ମିଶି ଏହି ସାମୁଖ୍ୟ ଗଠନ କରିଛନ୍ତି।

ସମତାକ୍ରାନ୍ତି ଆବାହକ ବ୍ରଜ କିଶୋର ତ୍ରିପାଠୀ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।  ସାଧାରଣ ନିର୍ବାଚନରେ ବିଜେଡି ବିରୋଧରେ ଲଢେଇ କରିବାକୁ ଏହି ସାମୁଖ୍ୟ ଗଠନ ହୋଇଥିବା କୁହାଯାଉଛି।

ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ନେଇ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମ ରାଉତ କହିଛନ୍ତି, ମୋର କୌଣସି ଦଳ ନାହିଁ, ମୁଁ ମେଣ୍ଟକୁ କାହିଁକି ଯିବି। ସେମାନେ ନବୀନଙ୍କ ବିରୋଧରେ ଲଢ଼େଇ କରିବେ, ମୁଁ ସମର୍ଥନ ଦେବି। ପୂର୍ବରୁ ଦାମ ବ୍ରଜ ତ୍ରିପାଠୀଙ୍କ ସହ ମିଶି ବିଜୁ ସମତାକ୍ରାନ୍ତି ଗଢ଼ିଥିଲେ।

You might also like