ବାରବାଟୀରେ ସଲମାନଙ୍କ ଜଲଓ୍ୱାରେ ମତୁଅାଲା ଫ୍ୟାନ୍

କଟକ : ବାରବାଟୀ ଷ୍ଟାଡିୟମରେ ହୋଇଥିବା ହକି ବିଶ୍ୱକପ୍‌ର ଦ୍ୱିତୀୟ ଉଦ୍‌ଘାଟନୀରେ ବଲିଉଡ୍ ଓ ଓଲିଉଡ୍ କଳାକାରଙ୍କ ଜଲୱା ଦେଖିବାକୁ ମିଳିଥିଲା। ପ୍ରଥମେ ଓଲିଉଡ୍ କଳାକାରଙ୍କ କମାଲ ପରେ ସଂଗୀତ ନିର୍ଦ୍ଦେଶକ ଏ.ଅାର. ରେହମାନଙ୍କ ସଂଗୀତର ଯାଦୁରେ ଦର୍ଶକମାନେ ଝୁମିଥିଲେ । ସଂଗୀତର ତାଳେତାଳେ ମତୁଅାଲା ହୋଇଥିଲେ ପ୍ରାୟ ୩୦ହଜାରରୁ ଅଧିକ ଦର୍ଶକ।

ଏଥିସହ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଉପସ୍ଥିତି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା। ଜୟ ଜଗନ୍ନାଥ କହି ଦର୍ଶକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଦର୍ଶକମାନେ ମଧ୍ୟ କରତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ବାରବାଟୀରେ ଉତ୍ସବ ଦେଖିବାକୁ ଗତକାଲି ଅପରାହ୍ନ ସାଢ଼େ ୨ଟାରୁ ଷ୍ଟାଡିୟମ୍ ଭିତରକୁ ଯିବା ପାଇଁ ଲାଗି ଯାଇଥିଲା ଦର୍ଶକଙ୍କ ଲାଇନ୍।

କିଏ ମୁହଁକୁ ତ୍ରିରଙ୍ଗାରେ ସଜେଇଥିଲା ତ ପୁଣି କିଏ ଟିକେଟ୍‌ଟିଏ ପାଇ ଭାରି ଖୁସି ଅନୁଭବ କରୁଥିଲା।

You might also like