କାର ଓଲଟି ଓଡ଼ିଆ ହାସ୍ୟାଭିନେତା ସଲିଲ୍ ମିତ୍ର ଗୁରୁତର
ଆନନ୍ଦପୁର:କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଆ ହାସ୍ୟ ଅଭିନେତା ସଲିଲ ମିତ୍ର ଗୁରୁତର ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଗୋଡ ଭାଙ୍ଗି ଯାଇଛି। ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସଲିଲ ତାଙ୍କ କାରରେ ଯାଉଥିବାବେଳେ ହଠାତ ଗୋରୁ ପଲ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଲେ। ଫଳରେ ଗାଡି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ତେବେ କାରରେ […]
ଆନନ୍ଦପୁର:କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଆ ହାସ୍ୟ ଅଭିନେତା ସଲିଲ ମିତ୍ର ଗୁରୁତର ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଗୋଡ ଭାଙ୍ଗି ଯାଇଛି। ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସଲିଲ ତାଙ୍କ କାରରେ ଯାଉଥିବାବେଳେ ହଠାତ ଗୋରୁ ପଲ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଲେ। ଫଳରେ ଗାଡି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ତେବେ କାରରେ ଥିବା ଅନ୍ୟ ୩ ଜଣ ସୁରକ୍ଷିତ ଥିବା ଜଣାପଡିଛି।