ସାହିତ୍ୟ ଦର୍ପଣ ପୁରସ୍କାର ଘୋଷଣା

ଭୁବନେଶ୍ୱର: ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ସାହିତ୍ୟ ଦର୍ପଣ ପକ୍ଷରୁ ୨୦୨୧ ମସିହା ପାଇଁ ସାହିତ୍ୟ ଦର୍ପଣ ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି। ଏହି ପୁରସ୍କାର ମୋଟ ୬ ଜଣ କବି ଓ ପ୍ରାବନ୍ଧିକଙ୍କୁ ସମ୍ମାନିତ କରାଯିବ।

ଶ୍ରୀଯୁକ୍ତ ଅଖିଳ କୁମାର ମିଶ୍ରଙ୍କ କବିତା ବର୍ଗରେ ସାହିତ୍ୟ ଦର୍ପଣ ପୁରସ୍କାରରେ ସମ୍ମାନିତ କରାଯିବ। ପୁରସ୍କାର ସ୍ୱରୂପ ନଗଦ ୫ ହଜାର ଟଙ୍କା, ଉପଢୌକନ ସହିତ ଫଳକ ପ୍ରଦାନ କରାଯିବ। ସେହିପରି ସାହିତ୍ୟ ଦର୍ପଣ ସ୍ୱତନ୍ତ୍ର କବିତା ସମ୍ମାନରେ ସମ୍ମାନିତ ହେବେ ଶ୍ରୀଯୁକ୍ତ ରକ୍ଷକ ନାୟକ।

ଏଥିସହିତ ୩ ଜଣଙ୍କୁ ସାହିତ୍ୟ ଦର୍ପଣ ସମ୍ମାନ ମିଳିବ। ସେମାନେ ହେଲେ ଶ୍ରୀଯୁକ୍ତ ପୀନାକି ମିଶ୍ର(କବିତା), ଡ. ବିଜୟ ଲକ୍ଷ୍ମୀ ଦାଶ(ପ୍ରବନ୍ଧ ଓ ସମାଲୋଚନା), ଶ୍ରୀମତି ରଂଜିତା ପଣ୍ଡା(କବିତା) ଓ ଡକ୍ଟର ରବୀନ୍ଦ୍ର ବିହାରୀଙ୍କୁ ପ୍ରବନ୍ଧ ପାଇଁ ଏହି ସମ୍ମାନ ଦିଆଯିବ।

ଆସନ୍ତା ଫେବ୍ରୁଆରୀ ୨୦୨୧ରେ ଏକ ସ୍ୱତନ୍ତ୍ର ଉତ୍ସବରେ ଯାଜପୁର ଚଣ୍ଡିଖୋଲ ଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି।

 

 

You might also like