‘କୋଭିଡ୍‌ ଗାଇଡ୍‌ଲାଇନ ଭାଙ୍ଗିଲେ ଜଣାଉଛି ସାହି କମିଟି’

ଭୁବନେଶ୍ୱର: କରୋନା ପାଇଁ ହୋଇଥିବା ଗାଇଡଲାଇନ ଯଦି କଟକ ସହରରେ କେହି ଭାଙ୍ଗିଲେ ତାହେଲେ ଧରୁଛି ସାହି କମିଟି। ଏଥିପାଇଁ କଟକର ୫୯ଟି ୱାର୍ଡରେ ୱାର୍ଡ କମିଟି ଓ ସାହି କମିଟି ଗଠନ କରାଯାଇଛି। ସାହିକୁ ଆସୁଥିବା ସବୁ ଲୋକଙ୍କ ଉପରେ ନିଘା ରଖୁଛି ସାହି କମିଟି ବୋଲି କହିଛନ୍ତି କଟକ ପର୍ଯ୍ୟବେକ୍ଷକ ଏବଂ ସିଏମସି କମିଶନର।

ଆଜି ଜୟଦେବ ଭବନରେ କରୋନା ନେଇ ହୋଇଥିବା ପ୍ରେସମିଟ୍‌ରେ କଟକ ପର୍ଯ୍ୟବେକ୍ଷକ ବା କୃଷି ସଚିବ ସୌରଭ ଗର୍ଗ ଏବଂ ସିଏମସି କମିଶନର ଅନନ୍ୟା ଦାସ କହିଛନ୍ତି ଯେ କରୋନା ମୁକାବିଲା ଗଠନ କରାଯାଇଥିବା ପ୍ରତି କମିଟିରେ ସାହି କମିଟି, ପୂଜା କମିଟି ଓ ଆଶା କର୍ମୀ ରହିଛନ୍ତି। ସାହିକୁ ଆସୁଥିବା ସବୁ ଲୋକଙ୍କ ଉପରେ ନିଘା ରଖୁଛି ସାହି କମିଟି। ଏଥିସହ ସହର ୧୦ ହଜାର ବରିଷ୍ଠ ନାଗରିକଙ୍କୁ କାର୍ଡ ଦେଇଛି ପୁଲିସ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଅତ୍ୟାବଶ୍ୟକ ଜିନିଷର ହୋମ୍‌ ଡେଲିଭରି ପାଇଁ କାର୍ଡରେ ବ୍ୟବସ୍ଥା ଅଛି। ଏଯାବତ ୫୧୦୧ ଲୋକ ବାହାରୁ କଟକ ସହରକୁ ଆସିଛନ୍ତି। ୩୮୯୨ ହୋମ୍‌ କ୍ୱାରେଣ୍ଟାଇନ ଓ ୯୪୯ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି। ୨୬୦ ପ୍ରବାସୀ ପେଡ୍‌ କ୍ୱାରେଣ୍ଟାଇନରେ ରହିଥିବା କହିଛନ୍ତି କମିଶନର ଶ୍ରୀମତୀ ଦାସ।

ଆଜି ପର୍ଯ୍ୟନ୍ତ କଟକ ସହରରେ ମୋଟ ୩୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୪ରୁ ୨୧ ସୁସ୍ଥ, ୧୧ ଆକ୍ଟିଭ କେସ୍ ଓ ୨ ଜଣଙ୍କ ମୃତ୍ୟୁ ଘଟିଛି। ୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଲୋକାଲ କଣ୍ଟା କେସ୍‌ ଚିହ୍ନଟ ରହିଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like