ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍
ଭୁବନେଶ୍ୱର: ଭୁବନେଶ୍ୱରରେ ର୍ନିମାଣ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍। ୧୬ ନମ୍ବର ଜାତୀୟ ରାଜପଥ ସହିଦନଗର-ସତ୍ସଙ୍ଗ ବିହାର ମଧ୍ୟରେ ଏହି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଚିଠି ଆସିଛି। ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ ମଧ୍ୟ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି ” ସହିଦ ନଗରରୁ ସତସଙ୍ଗ ବିହାର ମଧ୍ୟରେ ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଭୁବନେଶ୍ୱରର ମୋ ନିର୍ବାଚନମଣ୍ଡଳୀର ଲୋକମାନଙ୍କର ଅନେକ ଦିନର ଦାବି ରହିଥିଲା। ତାହା ପୂରଣ ହୋଇଥିବାରୁ ମୁଁ ବହୁତ ଖୁସୀ। NHAI ମୋ ଅନୁରୋଧ ଶୁଣିଥିବାରୁ ତାଙ୍କୁ ତାଙ୍କ ନିକଟରେ କୃତଜ୍ଞ। ବିକାଶ ହିଁ ମୂଳ ଲକ୍ଷ୍ୟ”
Am glad that a long pending demand of people of my Bhubaneswar Constituency is met- the construction of a Foot Overbridge for Rs 1.25 crore between Saheed Nagar & Satsang Vihar.Grateful to @NHAI_Official for responding to my request. Development is the main agenda.@narendramodi pic.twitter.com/ft8oEw3Tzd
— Aparajita Sarangi, Member of Parliament (@AprajitaSarangi) January 19, 2021
୧ କିଲୋମିଟର ୩ ଶହ ମିଟର ଲମ୍ବା ହେବ ଫୁଟ୍ ଓଭର ବ୍ରିଜ୍ ଲାଗି ପ୍ରଥମ ପର୍ଯ୍ୟାୟରେ ୧ କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ ମିଳିଥିବା ସୂଚନା ମିଳିଛି। ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି।
ଦୀର୍ଘ ଦିନରୁ ଉଭୟ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା। ଏବେ ଓଭର ବ୍ରିଜ୍ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବା ନେଇ ଆଶା କରାଯାଉଛି।
ଅନ୍ୟପଟେ ମାସେ ଭିତରେ ରାଜଧାନୀରେ ଆଉ ୨ଟି ଫୁଟ୍ ଓଭରବ୍ରିଜ୍ ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା ଦେଇଛନ୍ତି ଏନଏଚ୍ଆଇ ଓଡ଼ିଶା ନିର୍ଦ୍ଦେଶକ ରାମ ପ୍ରସାଦ ପଣ୍ଡା। ଏଥତ୍ପାଇଁ ସର୍ଭେ ଚାଲିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଅଡିଟ୍ ରିପୋର୍ଟ ସଂଗ୍ରହ କରାଯାଉଛି। ରିପୋର୍ଟ ଆସିବା ପରେ ଖୁବ୍ଶୀଘ୍ର ଆଉ ୨ଟି ଫୁଟ୍ ଓଭରବ୍ରିଜ କରାଯିବ ବୋଲି ସୂଚନା ଦେଇଛନ୍ତି NHAI ନିର୍ଦ୍ଦେଶକ।
ଆବଶ୍ୟକ ଅନୁସାରେ ରସୁଲଗଡ଼-ପଳାଶୁଣି ରାସ୍ତାରେ ଫୁଟ୍ ଓଭରବ୍ରିଜ, ଜୟଦେବବିହାର-ନୟାପଲ୍ଲୀ ପୂଜାମଣ୍ଡପ ମଧ୍ୟରେ ଆଉ ଗୋଟେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଜୁନ୍ ଶେଷ ସୁଦ୍ଧା ଖଣ୍ଡଗିରି ଓଭରବ୍ରିଜ୍ ବ୍ୟବହାର ଉପଯୋଗୀ ହେବ ବୋଲି ସେ କହିଛନ୍ତି।