ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ଟଙ୍କା ଫେରସ୍ତ ଦାବିରେ ଜମାକାରୀ ଓ ଏଜେଣ୍ଟ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର : ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା।  ଟଙ୍କା ଫେରସ୍ତ ଦାବି ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜମାକାରୀ ଓ ଏଜେଣ୍ଟ।

ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଓ ଏଜେଣ୍ଟଙ୍କୁ ଡାକି ଆଲୋଚନା କରିଛନ୍ତି ଉପଜିଲ୍ଲାପାଳ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ କଥା ଶୁଣିଥିଲେ  କମ୍ପାନୀ। କିଭଳି ଠିକ୍ ଭାବେ ଟଙ୍କା ଫେରାଇବ ସେନେଇ ମତାମତ ଦେଇଥିଲେ। ହେଲେ କମ୍ପାନୀର କର୍ମଚାରୀଙ୍କ ଟଙ୍କା ଦେବା ଫର୍ମୁଲା ଉପରେ ରାଜି ହୋଇ ନଥିଲେ ଏଜେଣ୍ଟ।

ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ ସାହାରା ଇଣ୍ଡିଆ କମ୍ପାନୀ ବ୍ରହ୍ମପୁରରେ ଗ୍ରାହକଙ୍କ ଠାରୁ ପାଖାପାଖି ୨ଶହ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ହେଲେ ମ୍ୟାଚୁରିଟି ହେବାର ୬ ବର୍ଷ ବିତି ଯାଇଥିଲେ ବି ଜମାକାରୀଙ୍କୁ ସେମାନଙ୍କ ଟଙ୍କା ମିଳି ନଥିବା ଅଭିଯୋଗ ହୋଇଛି।  ଏଣୁ ପ୍ରତି ମାସରେ ୨ରୁ ୩ କୋଟି ଟଙ୍କା ଜମାକାରୀଙ୍କୁ ବାଣ୍ଟିବା ପାଇଁ ଏଜେଣ୍ଟ ମାନଙ୍କୁ ଦେବାକୁ ଦାବି ହୋଇଛି।

ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଏଜେଣ୍ଟ ଓ ଜମାକାରୀ।କମ୍ପାନୀ ଏବେ ବି କିଛି ଏଜେଣ୍ଟଙ୍କ ଦ୍ୱାରା ମାର୍କେଟରୁ ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ ଟଙ୍କା ଉଠାଉଥିବା ଅଭିଯୋଗ କରିଛନ୍ତି କିଛି ଏଜେଣ୍ଟ।

You might also like