କରୋନା ପାଇଁ ମୁକ୍ତ ହେଲେ ୧୭୭ କଏଦୀ

ଭୁବନେଶ୍ୱର: କରୋନା ପାଇଁ ମୁକ୍ତି ପାଇଲେ କଏଦୀ। ଏଥିସହିତ ଅନେକ କଏଦୀଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। କରୋନକୁ ଦୃଷ୍ଟିରେ ରଖି ଏସବୁ କରାଯାଉଛି। କାରଣ ଅନେକ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି। ଜେଲ୍‌ରେ ଯେପରି କରୋନା ନ ବ୍ୟାପିବ ସେଥିପାଇଁ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ସ୍ୱରୂପ ଏପରି କରିଛନ୍ତି।

ଓଡ଼ିଶାରେ ବିଭିନ୍ନ ଜେଲରେ ଏବେ ଅଛନ୍ତି ୧୭ହଜାର ୫୧୯ ଜେଲ ଅନ୍ତେବାସୀ ଏମାନଙ୍କ ମଧ୍ୟରୁ ୩ ହଜାର ୭୫୩ କଏଦୀ ଏବଂ ୧୩ ହଜାର ୭୬୬ଜଣ ବିଚାରାଧିନ ବନ୍ଦୀ ଅଛନ୍ତି। ସେହିପରି କରୋନା ପାଇଁ ଗତ ମାର୍ଚ୍ଚ ୨୦ତାରିଖରୁ ଏପ୍ରିଲ ୧ତାରିଖ ପର୍ଯ୍ୟନ୍ତ ୧୮ଶହ ୭୩ ଜଣଙ୍କୁ ବିଭିନ୍ନ ଜେଲରୁ ଛଡାଯାଇଛି।

ସେହିପରି ଯେଉଁ ଜେଲରେ ଅଧିକ ସଂଖ୍ୟାରେ କଏଦୀ ଅଛନ୍ତି, ସେମାନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ୯୮୯ ଜଣ ବନ୍ଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ୨୦ଜଣ ବନ୍ଦୀଙ୍କୁ ପାରୋଲରେ ଛଡାଯାଇଛି। ଜେଲ ଆଇଜିଙ୍କ ସ୍ୱତନ୍ତ୍ର କ୍ଷମତା ବଳରେ ୧୭୭ଜଣଙ୍କୁ ମୁକ୍ତ କରାଯାଇଛି।

You might also like