• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଓଡ଼ିଶା ସିନେ ଜଗତର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ସାରା ଓଡ଼ିଶା ଲୁହରେ ଭିଜିଛି। ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ନେତା, ଅଭିନେତା ଓ ବହୁ  ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକପ୍ରକାଶ କରିଛନ୍ତି।

ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି ଯେ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

ସେହିପରି ବିଜୟ ମହାନ୍ତିଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି ଯେ, ଅଭିନୟ ଜଗତକୁ ବିଜୟ ମହାନ୍ତିଙ୍କ ଦାନ ଅତୁଳନୀୟ, ଅଭିନୟ ଲାଗି ସେ ସମସ୍ତଙ୍କ ହୃଦୟରେ ସବୁଦିନ ମନେରହିବେ।

ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଶୋକ ପ୍ରକାଶ କରିଛନ୍ତି, ବିଜୟ ଥିଲେ ଜଣେ ଦକ୍ଷ ଅଭିନେତା, ସବୁଦିନ ପାଇଁ ସ୍ମରଣୀୟ ରହିବେ ବୋଲି ସେ କହିଛନ୍ତି।

ବିଜୟଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଶୋକ ପ୍ରକାଶ କହିଛନ୍ତି ଯେ ଅଭିନୟ ଲାଗି ଲୋକଙ୍କ ହୃଦୟରେ ରାଜ୍ କରୁଥିଲେ ଓ ରାଜ୍ କରୁଥିବେ। ବିଜୟଙ୍କ ବିୟୋଗ ସିନେପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି ବୋଲି ସେ କହିଛନ୍ତି।

ବିଜୟ ମହାନ୍ତିଙ୍କ ବିୟୋଗରେ  BJP ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକପ୍ରକାଶ କରିଛନ୍ତି ଟ୍ୱିଟ୍‌ କରି ଲେଖିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ରକୁ ତାଙ୍କର ଅବଦାନ ସବୁଦିନ ପାଇଁ ମନେ ରହିବ, ବିଜୟଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଲା।

ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଶୋକ ପ୍ରକାଶ କରିଛନ୍ତି  ଟ୍ୱିଟ୍ କରି ଲେଖିଛନ୍ତି ଯେ ଓଡିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା, ନିର୍ଦ୍ଦେଶକ ବିଜୟ ମହାନ୍ତିଙ୍କ ବିୟୋଗର ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ତାଙ୍କ ଅନୁପସ୍ଥିତ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ବିଜୟଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ କରି କହିଛନ୍ତି ଯେ ବିଜୟଙ୍କ ବିୟୋଗରେ ଏକ ଯୁଗର ଅନ୍ତ ଘଟିଲା। ବିଜୟ ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ।

Sad-demise-of-legendary-actor-bijay-mohanty-and-conveyed-his-heart-felt-sympathy-to-the-bereaved-family
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories