କଟକଣା ସତ୍ତ୍ୱେ ଶ୍ରମନ୍ଦିର ଭିତରକୁ ପ୍ରବେଶ କଲେ ବିବାଦୀୟ ଠିକାଦାର

ପୁରୀ: ଲକ୍ ଡାଉନରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା। କେବଳ ସେବାୟତମାନେ ପ୍ରବେଶ କରିପାରିବେ। କିନ୍ତୁ ଅକ୍ଷୟତୃତୀୟା ଦିନ ଶ୍ରୀ ଜଗନ୍ନାଥ ମନ୍ଦିରକୁ କିଭଳି ଗଲେ ଭୁବନେଶ୍ୱର ଏୟାର୍‌ପୋର୍ଟ ଛାତ ଭୁଶୁଡ଼ିବା ଘଟଣାରେ ଗିରଫ ହୋଇ ଫେରିଥିବା ବିବାଦୀୟ  କଣ୍ଟ୍ରାକ୍ଟର ଦିଲ୍ଲୀପ ଖଟେଇ । କେବଳ ସେ ଏକା ନୁହେଁ, ତାଙ୍କ ସାଙ୍ଗରେ ଅନ୍ୟ ଜଣେ ବି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ତାହା ପୁଣି ବିନା ଥର୍ମାଲ୍‌ ସ୍କାନିଂରେ।

ତେଣୁ ସଂକ୍ରମଣକୁ ନେଇ ଏକ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ଆଣି ସିଂହଦ୍ୱାରା ଥାନାରେ ଏତଲା ଦେଇଛି ସଚେତନ ନାଗରିକ ମଞ୍ଚ। ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଘଟଣା ଉପରେ ଗୁରୁତ୍ୱର ସହ ନିଆଯାଇଛି। ଏଥିସହିତ ଘଟଣାର ତଦନ୍ତ ଦାବୀ କରିଛନ୍ତି ପ୍ରଦେଶ କଂଗ୍ରେସ ମୁଖପାତ୍ର ଏବଂ ଜିଲ୍ଲା ଉପସଭାପତି।

କଣ୍ଟ୍ରାକ୍ଟର ଦିଲ୍ଲୀପ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କ ପ୍ରବେଶ ବନ୍ଦ ହୋଇଥିବାବେଳେ କେମିତି ସେ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କଲେ। କାହାର ଅନୁମତିରେ ସେ ପ୍ରବେଶ କରିଥିଲେ। ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।

ତେବେ ଏସବୂଉ ଚର୍ଚ୍ଚା ଭିତରେ ଦିଲ୍ଲୀପ କୁଆଡ଼େ ଜଳକ୍ରୀଡ଼ା ମଣ୍ଡପ ନିର୍ମାଣ ପାଇଁ ଆସିଥିଲେ ବୋଲି କୁହାଯାଉଛି। ଯାହାକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରଶ୍ନ ଉଠାଯାଇଛି।

ପୁରୀରେ କଣ କଣ୍ଟ୍ରାକ୍ଟର ନାହାନ୍ତି। କିଭଳି ଭୁବନେଶ୍ୱର ଭଳି ସଂକ୍ରମଣ ଅଞ୍ଚଳରୁ ଆସି ଶ୍ରୀ ମନ୍ଦିର ଭିତରେ ପ୍ରବେଶ କଲେ। ସେପଟେ ଏ ଏସ୍ ଆଇ ଭଳି ଅନୁଷ୍ଠାନ ରହିଥିଵା ଵେଳେ ବାହାରୁ କଣ୍ଟ୍ରାକ୍ଟରଙ୍କୁ ଡାକି ବିପଦକୁ ସମସ୍ତ ସେବାୟତଙ୍କୁ ଠେଲି ଦିଆଯାଇଛି ଵୋଲି   କଂଗ୍ରେସ ଅଭିଯୋଗ କରିଛି ।

ଯେଉଁଠି ଅକ୍ଷୟତୃତୀୟା ଦିନ  ସିଂହଦ୍ୱାର ନିକଟକୁ ଯିବା ଉପରେ ସାମ୍ବାଦିକଙ୍କ ଉପରେ କଟକଣା କରାଯାଇଥିଲା। ସେଠାରେ ଜଣେ ବିବାଦୀୟ କଣ୍ଟ୍ରାକ୍ଟରଙ୍କୁ କିଭଳ ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like