ଭୁବନେଶ୍ୱର: ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍ର ହିଟ୍ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ। ଆଉ କିଛି ସମୟ ପରେ ଅର୍ଚ୍ଚିତାଙ୍କୁ ଜୀବନ ସାଥୀ କରିବେ ସବ୍ୟସାଚୀ।
ରାଜସ୍ଥାନର ଏକ ଲଗ୍ଜୁରିଅସ୍ ରିସର୍ଟରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବିବାହ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ମିଳିଛି। ବିବାହ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ସେରିମୋନିର ଫଟୋ ସାମ୍ନାକୁ ଆସିଛି।
ଗତ ୩ ଦିନ ହେବ ଉଭୟ ପରିବାରର ସଦସ୍ୟ ରାଜସ୍ଥାନରେ ଅଛନ୍ତି। ବିବାହ କାର୍ଯ୍ୟକ୍ରମରେ ଉଭୟ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ପାଖାପାଖି ୫୦ଜଣ ସାମିଲ ହୋଇଥିବା ଥିବା ସୂଚନା ମିଳିଛି।
”ତୋର ମୋର ଯୋଡି ସୁନ୍ଦର”, ”ସ୍ମାଇଲ ପ୍ଲିଜ୍”, ”ମୁଁ ସପନର ସୌଦାଗର” ଓ ”ପାଗଳ କରିଛି ପାଉଁଜି ତୋର”, ”ମୋତେ ଆଣିଦେଲୁ ଲକ୍ଷେ ଫଗୁଣ”, ”ବାଏ ବାଏ ଦୁବାଇ”, ”ହେଲା ମୋତେ ପ୍ରେମ ଜର”, ”କେଉଁ ଦୁନିଆରୁ ଆସିଲ ବନ୍ଧୁ” ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।