ଓଡ଼ିଶାକୁ ଫେରିଲେ ସବ୍ୟାର୍ଚ୍ଚିତା

ଭୁବନେଶ୍ୱର: ରାଜସ୍ଥାନରେ ରାଜକୀୟ ଶୈଳୀରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଓଡ଼ିଶାରେ ପହଞ୍ଚିଲେ ଓଲିଉଡ୍‌ର ଲୋକପ୍ରିୟ ଯୋଡି ସବ୍ୟସାଚୀ ଓ ଅର୍ଚିତା।  ଭୁବନେଶ୍ୱରରେ ପହଞ୍ଚିବା ପରେ ସବ୍ୟସାଚୀ ପ୍ରତିକ୍ରିୟା ରଖି କହିଛନ୍ତି, ଗତବର୍ଷ ମାର୍ଚ୍ଚରେ ବିବାହ ହେବାର ଥିଲା। କିନ୍ତୁ କୋଭିଡ ପାଇଁ ସ୍ଥଗିତ ହୋଇଥିଲା। ଏବେବି କରୋନା କଟକଣା ଥିବାରୁ ଜନଗହଳିକୁ ଏଡାଇବାକୁ ଯାଇ ରାଜସ୍ଥାନରେ ଅଳ୍ପ ସଂଖ୍ୟକ ବନ୍ଧୁବାନ୍ଧବଙ୍କୁ ନେଇ ବିବାହ ଆୟୋଜନ ହୋଇଥିଲା ବୋଲି କହିଛନ୍ତି ସବ୍ୟସାଚୀ। ଆଗକୁ ଅର୍ଚ୍ଚିତାଙ୍କ ସହ ସମାଜସେବା କାମ ଜାରି ରଖିବେ ବୋଲି ସବ୍ୟସାଚୀ କହିଛନ୍ତି। ଗତ ୧ ତାରିଖରେ ରାଜସ୍ଥାନରେ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ବିବାହ ହୋଇଥିଲା।

ଗତ ମାର୍ଚ୍ଚ ୧ ତାରିଖରେ ରାଜସ୍ଥାନର ନିର୍ମାଣ ପ୍ୟାଲେସ୍‌ରେ ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହ ହୋଇଥିଲା। ସବ୍ୟ-ଅର୍ଚ୍ଚିତାଙ୍କ ବିବାହ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଉଭୟ ଏହି ସସପେନ୍ସରେ ବ୍ରେକ୍ ଲଗାଇଥିଲେ।  ଏହାସହ ଦୁହେଁ ଭାବବିହ୍ୱଳପୂର୍ଣ୍ଣ ମେସେଜ୍‌ ପ୍ରଶସଂକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।

 

ଅର୍ଚ୍ଚିତା ଓ ସବ୍ୟ ଲେଖିଛନ୍ତି ଯେ, ସୁଖ ଓ ଦୁଃଖର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଳିପାରିଲା। ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ଆସନ୍ତାକାଲି ଆମର ବାହାଘର। ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ।

”ତୋର ମୋର ଯୋଡି ସୁନ୍ଦର”, ”ସ୍ମାଇଲ ପ୍ଲିଜ୍”, ”ମୁଁ ସପନର ସୌଦାଗର” ଓ ”ପାଗଳ କରିଛି ପାଉଁଜି ତୋର”, ”ମୋତେ ଆଣିଦେଲୁ ଲକ୍ଷେ ଫଗୁଣ”, ”ବାଏ ବାଏ ଦୁବାଇ”, ”ହେଲା ମୋତେ ପ୍ରେମ ଜର”, ”କେଉଁ ଦୁନିଆରୁ ଆସିଲ ବନ୍ଧୁ” ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।

ଅଭିନେତା ସବ୍ୟସାଚୀ ଖାଲି ରିଲ୍‌ରେ ହିରୋ ନୁହଁନ୍ତି ବରଂ ରିୟଲ ଦୁନିଆର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା। କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇ ସବ୍ୟସାଚୀ ସବୁବେଳେ ଚର୍ଚ୍ଚାରେ ରହିଥିଲେ।

You might also like