ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ

କଟକ: ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆଜି ନିରାଡମ୍ବର ଭାବେ  କନଫରେନ୍ସ ହଲରେ ସାବିତ୍ରୀ ରଥଙ୍କୁ ଶପଥ  ପାଠ କରାଇଲେ ମୁଖ୍ୟ ବିଚାରପତି।

ଏହା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଖ୍ୟା ୧୬ ହେଲା। କରୋନା ପାଇଁ ନିରାଡମ୍ବର ଭାବେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ।

ସୂଚନାଥାଉ କି, ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଥିଲେ। ତାଙ୍କ ନିଯୁକ୍ତିକୁ ସୁପ୍ରିମ୍‌କୋର୍ଟ କଲେଜିଅମ ମିଟିଂରେ ମଞ୍ଜୁରୀ ମିଳିଥିବାବେଳେ ରାଷ୍ଟ୍ରପତି ଏଥିରେ ମୋହର ମାରିଥିଲେ।‌

You might also like