ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

ବାଲେଶ୍ୱର:  ବର୍ଷେ ତଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଇ ସୁଦୂର ରଷିଆରୁ ଓଡିଶା ଆସିଥିଲେ ଋଷିଆନ୍ ଦଂପତି। ବାଲେଶ୍ୱରକୁ ଆସିବା ପରେ ଏଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଜ୍ଜିଗଲେ। ରେମୁଣାରେ ପ୍ରଭୁ କ୍ଷୀରଚୋରାଙ୍କ ମନ୍ଦିରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ବ୍ରତୀ ହେବାପରେ ଏବେ ଆଉ ନିଜ ଦେଶକୁ ଯିବାକୁ ଇଚ୍ଛା କରୁନାହାଁନ୍ତି।

ଏହି ଦୁଇ ରଷିଆ ଦମ୍ପତ୍ତି ଶକ୍ତିତବ ଦାସ ଓ ତାଙ୍କ ସ୍ତ୍ରୀ ତେଜସ୍ଵିନୀ ଦାସ ଓଡିଶାାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। ସେମାନଙ୍କ ଭିସା ଅବଧି ଶେଷ ହୋଇଥିବାରୁ ରେମୁଣା ପୋଲିସ ତାଙ୍କୁ ଦେଶ ଛାଡ଼ି ଯିବାକୁ କହିଛି। ଏହାପରେ ଜିଲ୍ଲାପାଳଙ୍କୁ ଭିସା ଅବଧି ବୃଦ୍ଧି କରିବା ଲାଗି ନିବେଦନ କରିଛନ୍ତି।

You might also like