ଟଙ୍କିକିଆ କଏନ୍ ଚଳୁନଥିବା ନେଇ ମିଥ୍ୟା ପ୍ରଚାର

ଭୁବନେଶ୍ୱର: ଟଙ୍କିକିଆ କଏନ୍ ଅଚଳ ହୋଇଯିବାର ଗୁଜବରେ ଏବେ ଲୋକେ ହଇରାଣ ହେଉଛନ୍ତି। ବିଶେଷ କରି ଖୁଚୁରା କାରବାର ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥିବା ବେଳେ ଉଭୟ ଗ୍ରାହକ ଏବଂ ଦୋକାନୀଙ୍କର  ଚିନ୍ତା ବଢ଼ିବାରେ ଲାଗିଛି।

କଟକ ଜିଲ୍ଲା ସାଲେପୁର , ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ଅଂଚଳରେ ଲୋକଙ୍କୁ ଘାରିଛି ଟଙ୍କିକିଆ ମୁଦ୍ରା ଅଚଳ ହେବାର ଭୟ। ଫଳରେ ଯାହା ପାଖରେ ଟଙ୍କିକିଆ କଏନ୍ ରହିଛି, ସେମାନେ ଏହାକୁ ବଦଳି କରିବାକୁ ସାଲେପୁର ସହରକୁ ଚାଲିଆସୁଛନ୍ତି।

ଏହି ଗୁଜବ ବର୍ତ୍ତମାନ ଆଖପାଖ ଅଞ୍ଚଳକୁ ନିଆଁଭଳି ମାଡ଼ି ଚାଲିଛି। ଫଳରେ ବ୍ୟବସାୟୀଙ୍କ ପାଖରେ ଗଦା ଗଦା ହୋଇ ପଡ଼ିରହିଛି ଟଙ୍କିକିଆ କଏନ୍।  ଅନ୍ୟପଟେ କଏନ୍ ନେଇ ବ୍ୟାଙ୍କ ଗଲେବି ସେମାନେ ଫେରାଇ ଦେଉଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ।

ତେବେ ଏପରି ଗୁଜବରେ କିନ୍ତୁ ସବୁଠୁ ଅଧିକ ହଇରାଣ ହେଉଛି ଗରିବ ଗ୍ରାହକଟିଏ। ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରରେ ଖୁଚୁରା କାରବାର ଉପରେ ଏହାର ପ୍ରଭାବ ପଡ଼ିଛି। ଅନ୍ୟପଟେ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି, ଟଙ୍କିକିଆ କଏନ୍ ଅଚଳ ହେବା ନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ସବୁପ୍ରକାର କଏନ୍ ସଚଳ ରହିଛି।

You might also like