ନଦୀରୁ ମିଳିଲା ପୁରାତନ ମନ୍ଦିରର ଅଂଶବିଶେଷ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଅଯୋଧ୍ୟା ଗ୍ରାମ ଦେଇ ଯାଇଥିବା ସୋନ ନଈରୁ ମିଳିଛି ପୁରାତନ ମନ୍ଦିରର ଅଂଶ ବିଶେଷ। ପୂର୍ବରୁ ଏହି ଅଞ୍ଚଳର ଅନେକ ସ୍ଥାନରୁ ବୌଦ୍ଧ, ଜୈନ ଓ ଶୈବ କିର୍ତ୍ତିରାଜି ମିଳିଥିଲା।

ମାଛ ଧରିବା ଲାଗି ଜାଲ ବିଛାଇଥିବା ବେଳେ କିଛି ମତ୍ସ୍ୟଜୀବୀ ମନ୍ଦିରର ଗୋମୁଟ ଦେଖିବାକୁ ପାଇଥିଲେ। ଏ ନେଇ ଖବର ପାଇବା ପରେ ଗାଁ ଲୋକେ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ସହାୟତାରେ ଏହାର ଖନନ ଲାଗି ଯୋଜନା କରାଯିବ ବୋଲି ତହସିଲ୍‌ଦାର କହିଛନ୍ତି।

ଗବେଷକଙ୍କ କହିବା ଅନୁସାରେ, ପୂର୍ବରୁ ନୀଳଗିରି ଅଯୋଧ୍ୟା ଅଞ୍ଚଳରୁ ପଞ୍ଚମରୁ ଷଷ୍ଠ ଶତାଦ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା ଅନେକ ଜୈନ କିର୍ତ୍ତି ଠାବ ହୋଇଛି। ସମ୍ଭବତଃ ନଦୀ ଗତିପଥ ପରିବର୍ତ୍ତନ କରିବା ପରେ ଏହି ମନ୍ଦିର ନଦୀ ଗର୍ଭରେ ଲୀନ ହୋଇଯାଇଥିଲା।

ସେପଟେ ପ୍ରତ୍ନତତ୍ତ୍ୱବିତ୍ ବିଭାଗ ଏହାର ଖନନ କରି ମନ୍ଦିରର ଅଂଶ ବିଶେଷକୁ ସଂରକ୍ଷଣ କରିବାକୁ ଦାବି ହୋଇଛି।

You might also like