ବିଧାନସଭା ଅଚଳ, ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ୍

ଭୁବନେଶ୍ୱର: ଆଜି ମଧ୍ୟ ବିଧାନସଭାରେ ଅଚଳ ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁ ପ୍ରଥମ ଭାଗ ଗୃହକାର୍ଯ୍ୟ ଆଦୌ ଚାଲିପାରି ନାହିଁ। ଏପରିକି ଗୃହ ସ୍ୱାଭାବିକ କରିବା ଲାଗି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ହୋଇଛି।

ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ତେଣୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ।

ଆଜି ଗୃହକାର୍ଯ୍ୟ ଆରମ୍ଭରୁ ପ୍ରଶ୍ନକାଳରେ ବିଜେପି ଅଭିଯୋଗ କରିଥିଲା ଯେ, ବିଜେଡି-କଂଗ୍ରେସର ଭିତିରି ସଂପର୍କ ଅଛି। ଏହାକୁ ନେଇ ଦଳ ହଙ୍ଗାମା କରିଥିଲା ।

ତେବେ ବିଜେପିର ଅଭିଯୋଗକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କଟାକ୍ଷ କରି କହିଛନ୍ତି, ‘ଚୋର୍ ମଚାଏ ସୋର୍’। ଜଣ୍ଡିସ୍ ହେଲେ ଯେମିତି ସବୁ ହଳଦିଆ ଦିଶେ ବିଜେପିର ଅବସ୍ଥା ତାହା ବୋଲି ନରସିଂହ କହିଛନ୍ତି।

ଅନ୍ୟପଟେ ବିଜେଡି ବିଧାୟକମାନେ କେନ୍ଦ୍ର ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଶୂନ୍ୟକାଳରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହୋଇଥିଲା।  ବିଜେଡି-କଂଗ୍ରେସ ଭିତିରି ସମ୍ପର୍କ ଅଭିଯୋଗ ଆଣି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ସଦସ୍ୟ।

You might also like