ଛୁଟି ଦିନରେ ଖୋଲିବ ଅଫିସ୍‌ ; ନିଜର ଗାଡ଼ି କାଗଜ ପତ୍ର ଠିକ୍‌ କରାଇ ନିଅନ୍ତୁ

ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍‌ ଆଦି ସମସ୍ତ କାମ ଛୁଟି ଦିନରେ ହୋଇପାରିବେ। ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବ। ଏ ସମ୍ପର୍କିତ ସମସ୍ତ କାର୍ଯ୍ୟାଳୟ ଛୁଟି ଦିନରେ ଖୋଲା ରହିବ। ଏପରିକି ବିଭିନ୍ନ କ୍ୟାମ୍ପ କରି ଲୋକଙ୍କୁ କାଗଜପତ୍ର କାମରେ ସହଯୋଗ କରାଯିବ। ୩ ମାସ ମଧ୍ୟରେ ଜନସାଧାରଣ ନିଜ ଗାଡ଼ିର କାଗଜପତ୍ର ଠିକ କରାଇ ନେବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ଆଦାୟ ହୋଇଥିବା ଜୋରିମାନା ଫେରାଯିବା ନେଇ ପ୍ରଶ୍ନକୁ ମନ୍ତ୍ରୀଙ୍କ ଅଗ୍ରାହ୍ୟ କରିଦେଇଛନ୍ତି। ଆଦାୟ ହୋଇଥିବା ଜୋରିମାନା ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ନୂଆ ସଂଶୋଧିତ ମୋଟର ଯାନ୍‌ ଆଇନର କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଓ ନିୟମ ଅନୁସାରେ ସବୁ କାଗଜପତ୍ର ଠିକ୍‌ ନଥିଲେ ଫାଇନ କରାଯିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେଥିପାଇଁ କେତେକ ଲୋକ ଭୟରେ ଘରୁ ନିଜର ଗାଡ଼ି କାଢୁ ନାହାନ୍ତି। ବାଦ ବିବାଦ ପରେ ସରକାର ୩ ମାସ ନିୟମର କୋହଳ କରିବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହି ସମୟ ଭିତରେ ଗାଡ଼ିର ସବୁ କାଗଜପତ୍ର ପ୍ରସ୍ତୁତ କରିବାରେ ତତ୍ପର ହୋଇ ପଡ଼ିଛନ୍ତି। ସେଥିପାଇଁ ଆର୍‌ଟିଓ ଅଫିସଗୁଡ଼ିକରେ ପ୍ରବଳ ଭିଡ଼ ଲାଗୁଛି। ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ ଆଦି ପ୍ରସ୍ତୁତ କରୁଛନ୍ତି ଲୋକେ।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like