RTO କର୍ମଚାରୀଙ୍କ ଉପରେ ମାଡ଼ିଗଲା ୧୪ ଚକିଆ ଟ୍ରକ୍

କେନ୍ଦୁଝର : ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କୁ ଚାପିଦେଲା ଟ୍ରକ୍‌। କେନ୍ଦୁଝର ସହରର ବାଇପାସ୍ ପାଖରେ ଘଟିଛି ଏହି ଘଟଣା।  ଆଜି ସକାଳେ ଟାଉନ ଥାନା ପୋଖରିପାଣି ପୁରୁଣାବଜାର ବାଇପାସରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ପରିବହନ ବିଭାଗ ପକ୍ଷରୁ ଚେକିଂ ଚାଲିଥିଲା।

ଏହି ସମୟରେ ଆରଟିଓ ଅଫିସର ଡ୍ରାଇଭର ବିଜୟ କୁମାର ମହନ୍ତ ଗୋଟିଏ ଗାଡ଼ିକୁ ଅଟକାଉଥିଲେ। ତାଙ୍କୁ ରାସ୍ତାରେ ଯାଉଥିବା ଗୋଟିଏ ୧୪ ଚକିଆ ଟ୍ରକର ଡ୍ରାଇଭର ପରିବହନ ବିଭାଗ କର୍ମଚାରୀଙ୍କ ଉପରେ ଗାଡ଼ି ମଡ଼ାଇ ଫେରାର ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

You might also like